ସ୍ୱାଭିମାନ ସେବା ସଂଘର ନିଆରା ଢଙ୍ଗରେ ପାଳନ କରିଛନ୍ତି ହୋଲି।ଅନୁଗୋଳ ଜିଲ୍ଲା ସ୍ୱାଭିମାନ ସେବା ସଂଘ ତରଫରୁ ଆଶ୍ରମରେ ପବିତ୍ର ହୋଲି ପର୍ବ ପାଳନ କରାଯାଇଛି।ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ୱାଭିମାନ ସେବା ସଂଘ ପକ୍ଷରୁ ପବିତ୍ର ରଙ୍ଗ ର ପର୍ବ ହୋଲି କୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି । ସଂଗଠନ ପକ୍ଷରୁ ନାଲକୋ ନଗର ନିକଟସ୍ତ ଥିବା କେଦାରଗୌରୀ ଆଶ୍ରମରେ ରଙ୍ଗର ପର୍ବ ହୋଲି କୁ ଅତି ନିରାଡମ୍ବର ଭାବରେ ପାଳନ କରାଯାଇଛି । ସଂଗଠନ ପକ୍ଷରୁ ଅନ୍ତେବାସୀଙ୍କ ସମସ୍ୟା ସମ୍ପର୍କର ଆଲୋକପାତ କରାଯାଇଥିଲା। ରାସାୟନିକ ରଙ୍ଗକୁ ହୋଲିରେ ବ୍ୟବହାର କରିବା ଦ୍ଵାରା ପରିବେଶ ପ୍ରଦୂଷଣ ହେବା ସହ ଚର୍ମ, ଆଖି , କାନ ତଥା ଅନ୍ୟ ସମ୍ବେଦନଶୀଳ ଅଙ୍ଗ ଉପରେ ଏହି ରଙ୍ଗର କୁପ୍ରଭାବ ପଡେ ବୋଲି ପିଲାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହ ପ୍ରାକୃତିକ ରଙ୍ଗ ଅବିରରେ ଆଶ୍ରମ ପରିସରରେ ରଙ୍ଗର ପର୍ବ ହୋଲି ପର୍ବ ପାଳିତ ହୋଇଥିଲା ଏବଂ ମିଷ୍ଟାନ ଓ ପଣା ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ , ସମସ୍ତ ସକ୍ରିୟ ଥିବା ସଦସ୍ୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁଚାର ରୂପେ ତୁଲାଇଥିଲେ । ଅନୁଗୋଳ ଶାଖାର ପ୍ରିୟ ବ୍ରତ ସାମଲ, ଚୈତନ୍ୟ ସାହୁ,ପ୍ରଭାସ ବେହେରା ସୁଶାନ୍ତ ସାମଲ ନିଶିକାନ୍ତ ସାହୁ,ନରେନ୍ଦ୍ର ନାଥ ଜଙ୍କ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ଏପରି କାର୍ଯ୍ୟକ୍ରମ ଏମିତି ଜାରି ରହିବ ବୋଲି ଆମକୁ ସୂଚନା ଦେଇଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)
