
କୁଲାଡ଼ ମଙ୍ଗଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ :.ଗତ ରବିବାର ଦିନ ସନ୍ଧ୍ୟାରେ କୁଲାଡ଼ ଗ୍ରାମରେ ୨୭ତମ ମା ମଙ୍ଗଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି, ଏଥିରେ ଅନୁଷ୍ଠାନର ସଭାପତି ପ୍ରକାଶ ବେହେରା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଗୁରୁଚରଣ ସେଠ ସଭାକାର୍ଯ୍ୟ ଆରମ୍ଭ କରିଥିଲେ, ଆସନ୍ତା ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦା ତା ୮ତାରିଖ ମଙ୍ଗଳା ଵାର ଦିନ ମା ମଙ୍ଗଳାଙ୍କର ମହୋତ୍ସବ ହେବାକୁ ଯାଉଛି, ଏଥିରେ ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ ମହା ଆଡମ୍ବରରେ ପାଳନ କରାଯିବ ବୋଲି ଅନୁଷ୍ଠାନର ବୈଠକ ରେ ନିଷ୍ପତି କରାଯାଇଛି, ଜିଲ୍ଲା ପ୍ରଶାସନ ତଥା ଗ୍ରାମର ସରପଞ୍ଚ. ସମିତି ସଭ୍ୟା, ଗ୍ରାମ କମିଟି ସଭାପତି ଙ୍କୁ ଅବଗତ କରାଇ ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳା ପରି ସମାପ୍ତି ହେବ ତାହା ଉପରେ କମିଟି ସଭାପତି ଗୁରୁତ୍ୱ ପ୍ରକାଶ କରିଥିଲେ ଏବଂ ମା ମଙ୍ଗଳା ଙ୍କର ରୀତିନୀତି ଅନୁସାରେ ପୂଜାର୍ଚନା ଠିକ ସେ କରାଯିବା ପାଇଁ ପୂଜକ ଶ୍ରୀ ଚନ୍ଦ୍ରମଣି ମହାପାତ୍ର ଙ୍କୁ ଦାଇତ୍ୱ ଦିଆଯାଇଛି, ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବାଲେଶ୍ୱର ଅଂଚଳର କୁମାରେଶ୍ୱର ଗଣନାଟ୍ୟ ସଂସ୍ଥା ତରଫରୁ ଦୁଇ ଦିନ ନାଚ ପରିବେଶଣ କରାଯିବା ବୋଲି ସ୍ଥିର କରାଯାଇଛି ଏବଂ ଜିଲ୍ଲାର ବିଶିଷ୍ଟ ଲୋକପ୍ରିୟ ମାନଙ୍କୁ କାର୍ଯ୍ୟକ୍ରମର ଅଥିଥି ଭାବେ ନିମନ୍ତ୍ରୀତ କରାଯିବ ବୋଲି ମଧ୍ୟ ସ୍ଥିର ହୋଇଛି, ଏଥିରେ ଅନୁଷ୍ଠାନ ତରଫରୁ ନଗେନ ସାହୁ, ସିପୁନ ସେଠ, ରିଙ୍କୁନ ଜେନା, ମାନସ ମହାପାତ୍ର, ଅଜୟ ସିଂ, ପିଣ୍ଟୁ ମହାପାତ୍ର, ବାପୁ ସିଂ, ସୁଜନ ସ୍ୱାଇଁ, ପ୍ରଶ୍ନ ଜେନା, ଟୁନା ଜେନା, ମୁରଲୀ ଧୀର, ମାୟାଧର ସେଠ,ଶଙ୍କରଜେନା,ପ୍ରଶାନ୍ତସାହୁ,ନରହରିସେଠ,ଯୋଗେଶସିଂ,ପ୍ରାଣବନ୍ଧୁଦେହୁରୀ,ବିଜୟସାହୁଙ୍କ ସହିତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


