ଅର୍ଡାବାହାଲ ଇଂରଜୀ ମାଧ୍ୟମ ସ୍କୁଲ୍ ର ବାର୍ଷିକ ଉତ୍ସବ ପାଳିତ
କୁଚିଣ୍ଡା,୨୪/୦୩. କୁଚିଣ୍ଡା ବ୍ଲକ ଅର୍ଡାବାହାଲ ସ୍ଥିତ ଶାନ୍ତି ନାରାୟଣ ଇଂରେଜୀ ମାଧ୍ୟମ ସ୍କୁଲ୍ ର ଦ୍ୱାଦଶ ତମ ବାର୍ଷିକ ଉତ୍ସବ ସମାରୋହର ସହ ପାଳିତ ହୋଇ ଯାଇଛି । ଅନୁଷ୍ଠାନ ର ନିର୍ଦ୍ଦେଶକ ଜୟନାରାୟଣ ଜେନା ଙ୍କ ସଭାପତିତ୍ବ ରେ ଆୟୋଜିତ ଉତ୍ସବରେ କୁଚିଣ୍ଡା ଆଦିବାସୀ ସମନ୍ୱୟ ସଂସ୍ଥା ର ଯୋଜନା ପ୍ରଶାସକ ହେମ ସାଗର ଭୋଇ ମୁଖ୍ୟ ଅତିଥି ଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କଲ୍ହେଇ ପାଲି କଲେଜର ଅଧ୍ୟକ୍ଷ ଡିଲେଶ୍ୱର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଆତିଥି ଗଣା ତାଙ୍କ ଭାଷଣରେ ଶିକ୍ଷାର ମହନୀୟତା ଉପରେ ବକ୍ତବ୍ୟ ରଖିଥିଲେ ।ଏହି ଅବସରରେ ସ୍କୁଲ୍ ର ପ୍ରତିଷ୍ଠାତା ସଭ୍ୟ ସୁବାସ ଚନ୍ଦ୍ର ନାୟକ ଙ୍କୁ “ବହୁ ମୁଖୀ ପ୍ରତିଭା ସମ୍ମାନ “ରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ଭୋଇ ଶ୍ରୀ ନାୟକ ଙ୍କୁ ସମ୍ମାନିତ କରିଥିବା ବେଳେ ସହକାରୀ ଦିବ୍ୟ ଲୋଚନ ସାହୁ ମାନପତ୍ର ପାଠ କରିଥିଲେ । ଏତତ୍ ବ୍ୟତୀତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ନିର୍ଦ୍ଦେଶକ ଶ୍ରୀ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ କୁ ଗଙ୍ଗା ନାରାୟଣ ଦାସ, ଦିବ୍ୟ ଲୋଚନ ସାହୁ , ତ୍ରିବେଣୀ ପଟେଲ , ଝରଣା ପଟେଲ , ଅଲିଭା ପଟେଲ ପୁଷ୍ପାଞ୍ଜଳୀ ପଟେଲ ,ବିଜୁ ଭଇଁସା, ମିତୁଳରାଣୀ ଦେଓ,ଝୁମିରାଣୀ ଦାସ,ରେବତୀ ପାଳ,ପ୍ରିୟଙ୍କା ଧାନ ଓ ଦୀପାଞ୍ଜଲି କିସାନ ପରିଚାଳନା କରିଥିଲେ। ଶେଷ ରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଆକର୍ଷଣୀୟ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


