ଢେଙ୍କାନାଳ ପୌରପାଳିକଆନନ୍ଦ ବଜାର ଦୋକାନ ଗୃହ ଉଦ୍ଘାଟନ
ଢେଙ୍କାନାଳ ପୌରପାଳିକା ଦ୍ବାରା ଆନନ୍ଦ ବଜାର ଠାରେ ନିର୍ମାଣ ହୋଇଥୁବା ଦୋକାନ ଗୃହକୁ ଢେଙ୍କାନାଳ ପୌରାଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଉପସ୍ଥିତ ରହି ଉଦ୍ଘାଟନ ହେବା ସହିତ ଆବଂଟନ କରାଯାଇଥିଲା । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ସମସ୍ତ ପାରିଷଦ ଓ ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ଉପସ୍ଥିତ ରହି ଦୋକାନୀମାନଙ୍କୁ ଗୃହ ବଂଟନ କରିଥିଲେ । ଲଟେରୀ ଦ୍ୱାରା ପାଇଥିବା ସମସ୍ତ ବ୍ୟବସାୟୀମାନେ ଦୋକାନ ଗୃହ ନେଇଥିବାରୁ ପୌରାଧ୍ଯକ୍ଷା ବହୁତ ଖୁସି ପ୍ରକଟ କରିବା ସହିତ ସେମାନଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧନା କରି କହିଛନ୍ତି ପ୍ରତ୍ୟେକ ଦିନ ଦୋକାନ ଖୋଲି ବ୍ୟବସାୟ ଆରମ୍ଭ କରନ୍ତୁ ଓ କୌଣସି ସୁବିଧା ଅସୁବିଧା ହେଲେ ମୋତେ ଜଣାଇବେ ।



