ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଢ଼େଙ୍କାନାଳ ଜିଲ୍ଲା , ଢେ଼ଙ୍କାନାଳ ନଗର ତରଫରୁ ସ୍ଥାନୀୟ ଗୋପୋବନ୍ଧୁ ଟାଉନ ହଲ ଠାରେ ମେଧାବୀ ବିଦ୍ୟାର୍ଥି ଅଭିନନ୍ଦନ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇରେ ଉତୀର୍ଣ୍ଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ଭର୍ଦ୍ଧନା କରାଯାଇଛି। ଢେଙ୍କାନାଳ ସଦରର ସମସ୍ତ ମହାବିଦ୍ୟାଳୟରୁ ୧୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହିତ ପୁରସ୍କୃତ କରଯାଇଛି। କାର୍ଯ୍ୟକ୍ରମର ଦ୍ୱାରା ମେଧାବୀ ଛତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଢେ଼ଙ୍କାନାଳ ପୌରପାଳିକା ଅଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଓ ମୁଖ୍ୟ ପ୍ରବକ୍ତା ରୂପେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଅତିରିକ୍ତ ଅଧକ୍ଷ ଏବଂ ଏବିଭିପି ରାଜ୍ୟ ଉପସଭାପତି ଡ଼ାକ୍ତର ଜ୍ୟୋତିର୍ମୟ ନାୟକ ଉପସ୍ଥିତ ଥିଲେ । ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦର ସତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଦିଲ୍ଲୀପ କୁମାର ଦାସ , ଜିଲ୍ଲାପ୍ରମୁଖ ଚିତ୍ତ ରଞ୍ଜନ ରାଉତରାୟ ବିଭାଗ ସଂଯୋଜକ ଅରୂପ ପଟ୍ଟନାୟକ, ଆକାଶ ନାଏକ, ବିବେକ ନାୟକ, ଶିବନାରାୟଣ ମିଶ୍ର, ଅସିତ କୁମାର ସାହୁ ବହିଭବ କୌଶିକ , ଆଶିଷ ନନ୍ଦ ଏବଂ ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।



