ତାଳଚେର ପୌରପରିଷଦର ଜଳଛତ୍ର କାହା ସ୍ୱାର୍ଥରେଖରାରେ ପାଣି ଟୋପାଏ ପାଇଁ ଡ଼ହକବିକଳ ବାଟୋଇ

ତାଳଚେର, ୦୪/୦୬ ଶିଳ୍ପନଗରୀ ତାଳଚେର ସହରରେ ପ୍ରତିବର୍ଷ ଖରାଦିନ ଆସିଲେ ପୌରପରିଷଦ ପକ୍ଷରୁ ବାଟୋଇ, ଦାଣ୍ଡୋଇମାନଙ୍କଶୋଷ ମେଂଟାଇବାକୁ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲି ପାନୀୟ ଜଳ ଯୋଗାଇ ଦିଆଯାଇଥାଏ । ସେହିପରି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପୌରପରିଷଦ ପକ୍ଷରୁ ସହରର ବିଭିନ୍ନ ଛକ ମାନଙ୍କରେ ଜଳଛତ୍ର ଖୋଲା ଯାଇଥିଲେ ମଧ୍ୟ ଏହା କେବଳ ପ୍ରହସନ ବୋଲି ସହରବାସୀ ଏହା ପ୍ରକାଶ କରିଛନ୍ତି । ଏଠାରେ ଖୋଲା ଯାଇଥିବା ଜଳଛତ୍ର କେଉଁ ସ୍ଥାନରେ ମାଠିଆ ଗୁଡିକରେ ପାଣି ନଥିବା ବେଳେ ଆଉ କେଉଁଠି ମାଠିଆ ଭାଙ୍ଗିରୁଜି ତଳେ ଗୁଡ଼ୁଥିବା ଅଭିଯୋଗ ହେଉଛି । ଫଳରେ ବାଟୋଇ ଦାଣ୍ଡୋଇ ଖରାରେ ପାଣି ଟୋପେ ପାଇଁ ଡ଼ହଳବିକଳ ହେଉଥିବା ଦେଖା ଦେଇଛି । ତେବେ ଏଥିପାଇଁ ପୌରପରିଷଦ ପକ୍ଷରୁ ବ୍ୟାପକ ଅର୍ଥ ଖର୍ଚ୍ଚ ହେଉଥିଲେ ମଧ୍ୟ ଏହା ଲୋକଙ୍କ ସେବାରେ ନଲାଗି କେବଳ ଝିଟିକା ମାରି ବଣି ପୋଷିବା ସାର ହୋଇଛି ବୋଲି ଚର୍ଚ୍ଚା ପରିସରକୁ ଆସିଛି ।



