
ରାଣୀପାର୍କ ଜମି ଜବରଦଖଲ ଉଚ୍ଛେଦ ପାଇଁ ୩୦ଜଣଙ୍କୁ ନୋଟିସ୍ ଏକମାସରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ନୋହିଲା ଉଚ୍ଛେଦ କାର୍ଯ୍ୟ, କେଉଁଥିପାଇଁ ସାଜିଛି ବାଧକ
ତାଳଚେର, ୦୪/୦୬ ତାଳଚେର ବହୁ ପୂରାତନ ରାଣୀପାର୍କ ଜଙ୍ଗଲଟି ସିଲିଙ୍ଗ ପ୍ଲସ୍ରେ ସରକାର ହାତକୁ ଚାଲିଯିବାପରେ ଏହି ଜଙ୍ଗଲଟି ଶ୍ରୀହୀନ ହେବା ସହ ତହସିଲର କେତେକ ଅସାଧୁ କର୍ମଚାରୀଙ୍କୁ ହାତବାରସୀ କରି ଜମି ମାଫିଆମାନେ ନିଜ ଅକ୍ତିଆରରେ ଦୀର୍ଘ ବର୍ଷରୁ ଘରଦ୍ୱାର କରି କବଜା କରିଛନ୍ତି । ବାରମ୍ବାର ଗଣମାଧ୍ୟମରେ ଏବାବଦରେ ଖବର ପ୍ରକାଶ ହେବାପରେ ତାଳଚେର ପୌରପରିଷଦ ପକ୍ଷରୁ ତା ୦୨/୦୫/୨୦୨୫ରେ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ୍ ପ୍ରଦାନ କରିଥିଲେ । ଭୂମି ଅଧିକାର ନିୟମ ୨୦୧୭ ସରକାରୀ ଜମିରେ ଜବରଦଖଲ ଓ ବେଆଇନ ଭାବେ ଗୃହ ନିର୍ମାଣ କରି ନିଜର ସ୍ୱାର୍ଥ ସାଧନ କରିବା ଯୋଗୁଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ରାଣୀପାର୍କ ଜମି ସଙ୍କୁଚିତ ହେବାପେର ଲାଗିଛି । ବାରମ୍ବାର ଅଭିଯୋଗ ହେବାପରେ ପୌରପରିଷଦ ପକ୍ଷରୁ ଉକ୍ତ ଜବରଦଖଲ ଜମିକୁ ୭ଦିନ ମଧ୍ୟରେ ଖାଲି କରିବାକୁ ନୋଟିସ୍ ଜାରି ହୋଇଥିଲେ ହେଁ ବର୍ତମାନ ସୁଦ୍ଧା ଏପର୍ଯ୍ୟନ୍ତ ପୌରପରିଷଦ ପକ୍ଷରୁ ଚୁପ୍ ହୋଇ ବସିଥିବା ଘଟଣା ଏହା ଲୋକଙ୍କୁ ଦ୍ୱନ୍ଦରେ ପକାଇଛି । ତେବେ କାହା ଚାପରେ ପୌରପରିଷଦ ଚୁପ୍ ହୋଇ ବସିପଡ଼ିଲା ନା ଆଉ କେଉଁ ଘଟଣାକୁ କେନ୍ଦ୍ରକରି ଚୁପ ହୋଇ ରହିଛି ତାକୁ ନେଇ ଏବେ ଚର୍ଚ୍ଚା ଯୋଧରିଛି । ତେବେ ରାଣୀପାର୍କ ଜମି ଜବରଦଖଲ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନୋଟିସ୍ରୁ ପ୍ରମାଣିତ ହୁଏ ଯେ, ଏକରୁ ଏକାଧିକ ବ୍ୟକ୍ତି ଜମିକୁ ଅକ୍ତିଆର କରି ଦୀର୍ଘ ଦିନରୁ ରହି ଆସିଛନ୍ତି ଓ ଭଡ଼ା ସୂତ୍ରରେ ଦେଇ ବ୍ୟବସାୟ ଚଳାଇଛନ୍ତି ବୋଲି ସ୍ଥାନୀୟ ଲୋକ ଏହା ପ୍ରକାଶ କରୁଛନ୍ତି । ତେଣୁ ସର୍ବସାଧାରଣ ପାଇଁ ରାଣୀପାର୍କ ଜମି ପ୍ରଶାସନ ପକ୍ଷରୁ ଏଡା ସ୍ୱାଗତ ଯୋଗ୍ୟ ପଦକ୍ଷେପ ମାତ୍ର ଏହାର କାର୍ଯ୍ୟକାରୀ ଉପରେ ଉଠିଛି ପଶ୍ନ?



