ରାୟଗଡ଼ା: ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ । ରେଲୱେ ଷ୍ଟେସନ୍ରୁ ପୋଲିସ ଉଠାଇ ନେଇଥିବା ସୂଚନା । କାଶୀପୁରରେ ଆୟୋଜିତ ସମାବେଶରେ ଯୋଗ ଦେଇଥାନ୍ତେ । ତାପୂର୍ବରୁ ମେଧା ପାଟେକରଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ।
ପ୍ରକାଶ ଯେ, କାଶିପୁର ବ୍ଲକ ସୁଙ୍ଗେର ହାଟପଦା ଠାରେ ଆୟୋଜିତ ହେବାକୁ ଥିବା ପ୍ରାକୃତିକ ସମ୍ପଦ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗୁରୁବାର ସକାଳେ ହୀରାଖଣ୍ଡରେ ଭୁବନେଶ୍ୱରରୁ ରାୟଗଡ଼ା ଠାରେ ପହଞ୍ଚିଥିଲେ।
ତେବେ ରାୟଗଡ଼ା ରେଳ ଷ୍ଟେସନରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ଥିବ ଓଡ଼ିଶା ପୋଲିସ ଛାଉଣୀ କରି ଘେରି ଯାଇଥିଲେ ମେଧାଙ୍କୁ। କେଉଁ କାରଣରୁ ପୋଲିସ ମେଧାଙ୍କୁ ଅଟକ ରଖିଛି ସେନେଇ ଦାୟିତ୍ୱରେ ଥିବା ଡିଏସପି ମୁନି ଆଚାରିଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଏଭଳିକି ଏନେଇ ଏସପି ସାଥି ଏସ କୁମାରଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ମଧ୍ୟ ଫୋନ କାଟି ଦେଇଥିଲେ। ମେଧାଙ୍କ ସହିତ ଆସିଥିବା ଲିଙ୍ଗରାଜ ଆଜାଦ, ନରେନ୍ଦ୍ର ମହାନ୍ତି ଏବଂ ହର ବଣିଆଙ୍କୁ ମଧ୍ୟ ପୋଲିସ ଛାଉଣୀ କରିଥିବା ଜଣାପଡିଛି।ମେଧା ପାଟେକର, ଯିଏ ନର୍ମଦା ବଚାଓ ଆନ୍ଦୋଳନର ନେତୃତ୍ୱ ନେଇ ଜାତୀୟ ସ୍ତରରେ ପରିଚିତ, ସେ ପରିବେଶ ସୁରକ୍ଷା ଏବଂ ସ୍ଥାନୀୟ ଜନଜାତିଙ୍କ ଅଧିକାର ପାଇଁ ନିରନ୍ତର ସଂଘର୍ଷ କରିଆସୁଛନ୍ତି। ତାଙ୍କର ଏହି ଅଟକ ଘଟଣା ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ପରିବେଶବିତ୍ମାନଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି ।



