ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଓ.ପି. ଜିନ୍ଦଲ ସ୍କୁଲର ଶତପ୍ରତିଶତ ସଫଳତା
୧୬ ଏପ୍ରିଲ, ଅନୁଗୁଳ: ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀମାନେ ସଦ୍ୟ ପ୍ରକାଶିତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଅସାଧାରଣ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛନ୍ତି। ସ୍କୁଲର ମୋଟ ୯୪ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ଏବଂ ୪୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ସ୍କୁଲକୁ ଗୌରଵାନ୍ଵିତ କରିଛନ୍ତି।
ଦିବ୍ୟାନା ଦିବ୍ୟାଂଶା ଦେହୁରୀ ୯୮.୪% ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି | ସେହିଭଳି ଆବିଗେଲ୍ ଡୁଙ୍ଗଡୁଙ୍ଗ, ଶ୍ରେୟସ ମକ୍କଡ଼, ପୁଲକିତ ଧୁଲ୍, ଆସ୍ଥା ଅଦିତି ସାହୁ, ସ୍ୱସ୍ତିକ ଶିବମ ନାୟକ, ସାଇ ଦୀପ୍ତି ମିଶ୍ର, ଅଦିତି ପଟ୍ଟନାୟକ, ଶ୍ରାବଣୀ ରୋହିତ ବିସାନେ, କେଶବ ଅଗ୍ରୱାଲା, ସଂସ୍କୃତି ନାରାୟଣ, କ୍ରିଶଲ ଜୈନ, ବିଷ୍ଣୁ ପ୍ରସନ୍ନ ତ୍ରିପାଠୀ, ସୋହମ କୁମାର ସାହୁ, ଅନୁଷ୍କା ବାନାର୍ଜୀ, ଜାହ୍ନବୀ କଶ୍ୟପ, ଅକ୍ସିତ ଅଗ୍ରୱାଲ, ଅକ୍ସରା ଗର୍ଗ, ସାଇସ୍ୱରୂପ ସ୍ୱାଇଁ, ପ୍ରିୟାଂଶୁ ସାହୁ, ଏକାଂଶ ଦେଶମୁଖ, ବିଶାଲ ପାଣି, ଉଜ୍ଜ୍ୱଳ କୁମାର ଓ ଅନ୍ୱେଷା ପ୍ରଧାନ ବିଭିନ୍ନ ବିଷୟରେ ସ୍କୁଲ ଟପ୍ପର ହୋଇଛନ୍ତି |
ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପି.କେ. ବିଜୁ ନାୟାର ଶୁଭେଚ୍ଛା ଜଣାଇ ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ, ସେମାନଙ୍କର ସଫଳତାକୁ ଗଢ଼ି ତୋଳିବାରେ ଶିକ୍ଷକ ଏବଂ ଅଭିଭାବକଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ଏବଂ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଛାତ୍ରଛାତ୍ରୀମାନେ ଦୃଢ଼ ମୂଲ୍ୟବୋଧ ଏବଂ ଶୃଙ୍ଖଳା ସହିତ ଜୀବନରେ ଉତ୍କର୍ଷ ହାସଲ କରିବେ।
ଏହି ଅଭୂତପୂର୍ବ ଫଳାଫଳ ଓ.ପି ଜିନ୍ଦଲ ସ୍କୁଲର ଉତ୍କର୍ଷତାର ପ୍ରମାଣ ଅଟେ ଏବଂ ଗୁଣାତ୍ମକ ଶିକ୍ଷା, ସାମଗ୍ରିକ ବିକାଶ ଏବଂ ଶିକ୍ଷାକ୍ଷେତ୍ରରେ ଏକ ଉଚ୍ଚମାନଦଣ୍ଡ ସ୍ଥାପନ କରିବାର ପ୍ରତିବଦ୍ଧତାକୁ ସୂଚିତ କରୁଛି | ସ୍କୁଲର ଏହି ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷ ଡ. ଅଶ୍ବିନୀ କୁମାର ସାହୁ ଜିନ୍ଦଲ ଫାଉଣ୍ଡେସନ, ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି |



