ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଅବୈଧ ଚାଲାଣ ବିରୋଧରେ ସଚେତନତା ଶୋଭାଯାତ୍ରା

ଅନୁଗୋଳ, ତା.୨୬.୦୬: – ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଅବୈଧ ଚାଲାଣ ବିରୋଧ ଦିବସ ଉପଲକ୍ଷେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରା ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ର ଠାରୁ ବାହାରି ସହର ପରିକ୍ରମା କରି ସଭାଘର ଠାରେ ପହଞ୍ଚିଥୁଲା । ଏହି ଶୋଭାଯାତ୍ରାକୁ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ‘ଆମ ସଙ୍କଳ୍ପ-ନିଶା ନୁହେଁ,ଜୀବନ’ ଅଭିଯାନ ମେ ୩୧, ବିଶ୍ବ ତମାଖୁ ବର୍ଜନ ଦିବସଠାରୁ ଆରମ୍ଭ ହୋଇଥିଲା । ଏହି ରାଲିର ଊଦ୍ଦେଶ୍ୟ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ଲାଗି ଲୋକଙ୍କୁ ସଚେତନ କରାଇବା । ଏହି କାର୍ଯ୍ୟକ୍ରମରେ ଅବକାରୀ ଅଧୂକ୍ଷକ ମଧୁସ୍ମିତା ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ଶ୍ରୀ ନାରାୟଣ ମହାପାତ୍ର, ଜିଲ୍ଲା କ୍ରୀଡା ଅଧୋକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ଛାତ୍ର ଛାତ୍ରୀ, ଗଣମାଧ୍ୟମର ପ୍ରତିନିଧୂଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀ ପ୍ରମୁଖ ଊପସ୍ଥିତ ଥିଲେ ।



