ପୂରୀ: ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ସ୍ଥିତ ମାଆ ଦକ୍ଷିଣକାଳୀ ମନ୍ଦିର ପରିସରରେ ଇଣ୍ଡିଆନ ଅଏଲର ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପ୍ରାୟ ୪.୭୫ କୋଟି ବ୍ୟୟରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଗୁଡ଼ିକ ଲୋକାର୍ପଣ କରିଛନ୍ତି।
ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ହେଲା କମ୍ୟୁନିଟି ହଲ, ବହୁମୁଖୀ ଦକ୍ଷତା ତାଲିମ କେନ୍ଦ୍ର, ଯୋଗକେନ୍ଦ୍ର, ଆଲୋକୀକରଣ ସହ ଶୌଚାଳୟ, ପାନୀୟ ଜଳର ସୁବିଧା, ପୋଖରୀ ସୌନ୍ଦର୍ଯ୍ୟକରଣ ଓ ପାର୍କ କାର୍ଯ୍ୟ। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ଆଜି ଲୋକାର୍ପିତ ପ୍ରକଳ୍ପଗୁଡ଼ିକ ବୀରଗୋବିନ୍ଦପୁର ଗ୍ରାମକୁ ଗୋଟିଏ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେବ।ସେ ଆହୁରି କହିଛନ୍ତି ଯେ ବୀରଗୋବିନ୍ଦପୁର ଗ୍ରାମର ପୁଞ୍ଜି ହେଉଛି କଳା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷପତି ଦିଦିର କଳ୍ପନା କରିଛନ୍ତି। ବହୁମୁଖୀ ଦକ୍ଷତା ତାଲିମ୍ କେନ୍ଦ୍ରରେ ଆମର ମାଆ ଭଉଣୀମାନେ ସିଲେଇ ମେସିନ୍, ହସ୍ତଶିଳ୍ପ, ପଟ୍ଟଚିତ୍ର ଆଦିର ପ୍ରଶିକ୍ଷଣ ପାଇପାରିବେ। ଆମର ଗାଁ ଝିଅମାନେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରି ଦେଶ ଦୁନିଆର ଖବର ଜାଣିପାରିବେ। ଏହା ଦ୍ୱାରା ଏଠାରେ ଆମର ଐତିହ୍ୟ ଓ ପରମ୍ପରାକୁ ଆଗକୁ ନେବାର ବ୍ୟବସ୍ଥା କରାଯିବା ସହ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ପ୍ରଶିକ୍ଷଣର ବ୍ୟବସ୍ଥା ହୋଇଛି।ଉଲ୍ଲେଖନୀୟ ଯେ, ୩ ଜୁନ୍ ୨୦୨୨ ମସିହାରେ କେନ୍ଦ୍ରମନ୍ତ୍ରୀ ଏହି ଗ୍ରାମକୁ ଆସି ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ବୀରଗୋବିନ୍ଦପୁର ହେଉଛି ଐତିହାସିକ ଗ୍ରାମ, ଯେଉଁ ସ୍ଥାନଟି ମୋ ପାଇଁ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର। ଏହି ଗ୍ରାମ ୫୦୦ ବର୍ଷରୁ ଅଧିକ ପୁରୁଣା। ଆମ ଓଡ଼ିଆ ଜାତିର, ଓଡ଼ିଆ ପରମ୍ପରାର ତଥା ମହାପ୍ରଭୁଙ୍କ ସଂସ୍କୃତିର ଅନ୍ୟତମ କେନ୍ଦ୍ର। ଗ୍ରାମରେ ଜନ୍ମ ନେଇଥିବା ଅନେକ ମହାନୁଭବ ଓ ପ୍ରତିଭାବାନ ବ୍ୟକ୍ତି ବିଶେଷମାନେ ପଦ୍ମ ପୁରସ୍କାର ପାଇବା ସହ ପୋଲିସ ସେବା, ଡାକ୍ତରସେବା ଓ ରାଜନୀତି ସମେତ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। ଏହି ଗ୍ରାମ ସହ ମୋର ଦୀର୍ଘ ବର୍ଷର ସମ୍ପର୍କ ରହିଛି। ମୋର ପିଲାବେଳର ବନ୍ଧୁଙ୍କ ଆମନ୍ତ୍ରଣରେ ମୁଁ ଏଠାକୁ କାଳିପୂଜା ଦେଖିବାକୁ ଆସିଥିଲି ବୋଲି ସେ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଅମୂଲ୍ୟ ଜ୍ଞାନ ଭଣ୍ଡାରକୁ ଏକାଠି କରିବାକୁ ପଡିବ। ଏଆଇ ଟୁଲର ଉପଯୋଗ କରି ଆମର ପ୍ରାଚୀନ ଜ୍ଞାନ ଆମକୁ କଣ ସହାୟତା କରିପାରେ, ଭବିଷ୍ୟତ ପାଇଁ କଣ ସହାୟକ ହୋଇପାରେ, ସେ ଦିଗରେ ଯୋଜନା କରିବା ଦରକାର। ଏହି ଅବସରରେ ସେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିବା ସହ ବକୁଳ ବନ ବିଦ୍ୟାଳୟ ମାଧ୍ୟମରେ ସେ ଆରମ୍ଭ କରିଥିବା ଶିକ୍ଷା ଓ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଉପରେ ମତପ୍ରକାଶ କରିଥିଲେ। ବକୁଳ ବନବିଦ୍ୟାଳୟର ପୁର୍ନବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବିତ୍ତୀୟ ପ୍ରବନ୍ଧନ କରିଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ।ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ପୁରୀ ଜିଲ୍ଲାର ବିଭିନ୍ନ ବିଧାୟକ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷମାନେ ସାମିଲ ହୋଇଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-19-scaled.jpg)


