ପ୍ରାଣକୃଷ୍ଣ ସୁତାରଙ୍କ ବିୟୋଗରେ ସ୍କୁତିଚାରଣ ସଭା ଅନୁଷ୍ଠିତ

ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ବେଲପାଳ ଗ୍ରାମର ବରିଷ୍ଠ ସମାଜସେବୀ ଏବଂ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ପ୍ରାଣକୃଷ୍ଣ ସୁତାରଙ୍କ ବିୟୋଗରେ ଆଜି ଗୁରୁବାର ଦିନ ତାଙ୍କ ବାସଭବନରେ ତାଙ୍କର ଏକାଦଶାହରେ ଏକ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସ୍କୁତିଚାରଣ ସଭା ସମାଜସେବୀ ଏବଂ ଦେସାହୀ ପଞ୍ଚାୟତର ସମିତି ସଭ୍ୟ ସନ୍ତୋଷ କୁମାର ବେଉରିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଶ୍ୟାମସୁନ୍ଦର ପରିଡ଼ା, ନନ୍ଦକିଶୋର ସାହୁ, ରାଜେନ୍ଦ୍ର ରାଉତ, ମାଧବାନନ୍ଦ ଦାସ ଓ ସବୁଜ ଓଡ଼ିଶାର ସମ୍ପାଦକ ଓ ସାମ୍ବାଦିକ ସରୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପ୍ରାଣକୃଷ୍ଣ ସୁତାରଙ୍କ ବିଷୟରେ କହିଲେ ଯେ ସେ ଏକାଧାରରେ ଜଣେ ସମାଜସେବୀ ଏବଂ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ନାମ ଥିଲା। ଅନ୍ୟମାନଙ୍କ ମଧ୍ୟରେ ପୁତ୍ର ଦୁର୍ଯ୍ୟୋଧନ ସୁତାର ,ଭଣଜା ରାଜକିଶୋର ସୁତାର ,ବିଭୁତି ଭୁଷଣ ସୁତାର , ମହେନ୍ଦ୍ର, କ୍ଷୀରୋଦ, ରବିଶଙ୍କର,ସ୍ଵସ୍ତିକ,ମନୋରଞ୍ଜନ,ଚିତ୍ତରଞ୍ଜନ,ବବୁଲ,ବୃଦ୍ଧାବନ ସୁତାର,ଶିବାଙ୍ଗୀ ସୁତାର ,ପୁତ୍ର ବଧୁ,ସମେତ ପରିବାର ବର୍ଗ ଓ ବନ୍ଧୁ ବର୍ଗ ସମେତ ଗ୍ରାମବାସୀ ମାନେ ପ୍ରାଣକୃଷ୍ଣ ସୁତାରଙ୍କ ପ୍ରତି ଶ୍ରାଦ୍ଧଞଳି ଫଟୋଚିତ୍ର ରେ ଅର୍ପଣ କରିଥିଲେ। ସଙ୍ଗୀତକାର ମାଧବାନନ୍ଦ ଦାସ ଓ ସାଥିମାନଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା। ସର୍ବଶେଷରେ ଧନ୍ୟବାଦ୍ ପ୍ରଦାନ କରିଥିଲେ ରାଜେନ୍ଦ୍ର ରାଉତ।ଏ ସମସ୍ତ କାର୍ଯ୍ୟ କ୍ରମକୁ ଭଣଜା ରାଜକିଶୋର ସୁତାର ଓ ବିଭୁତି ଭୁଷଣ ସୁତାର ପରିଚାଳନା କରିଥିଲେ।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



