ସର୍ଭାଇଭର ନେଟୱାର୍କ

ଅଦ୍ୟତା ୩୦/୬/୨୦୨୬ ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜସ୍ଟିସ ପ୍ରକଳ୍ପ ମାଧ୍ୟମରେ ଅନୁଗୋଳ ମିଶନ ଶକ୍ତି ଭବନ ଠାରେ ବାଲ୍ୟ ବିବାହ ,ଶିଶୁ ଯୌନ ନିର୍ଯ୍ୟାତିତ ଓ ଅପହରଣ ହୋଇଥିବା ପୀଡିତା ଓ ସେମାନଙ୍କ ଅଭିଭାବକ ମାନଙ୍କୁ ନେଇକି ଏକ ସର୍ଭାଇଭର ନେଟୱାର୍କ କାର୍ଯ୍ୟକ୍ରମ ହେଇଯାଇଅଛି | ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଶିଶୁ ସୁରକ୍ଷା ଓ ପ୍ରୋଗ୍ରାମ ଅଧିକାରୀ ରୁନୁ ପ୍ରଧାନ, ସଞ୍ଜିବନୀ ସୁଦ୍ଧା ପଣ୍ଡା ,ମିଶନ ଶକ୍ତି ହବ୍ ର ଜିଲ୍ଲା ସଂଯୋଜକ ବିଦ୍ୟାଧର ପ୍ରଧାନ , ବ୍ଲକ ପ୍ରୋଗ୍ରାମ ମ୍ୟାନେଜର,OLM, ମାନସୀ ତ୍ରିପାଠୀ, BPC , ମିଶନ ଶକ୍ତି, ଦେବୀ ଧରିତ୍ରୀ କର ,ବିଶ୍ୱ ଯୁବ କେନ୍ଦ୍ର ର ସଭାପତି ବସନ୍ତ କୁମାର ପ୍ରଧାନ,ବରିଷ୍ଠ ଉପଦେଷ୍ଟା, ପ୍ରଫେସର କୃଷ୍ଣ ଚନ୍ଦ୍ର ଧିର ବିଷୋୟୀ, କୋଷାଧ୍ୟକ୍ଷା,ଭାରତୀ ନାୟକ, ଅତିଥି ବବେ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପିଲା ମାନଙ୍କୁ ଶିଶୁ ଅଧିକାର ବିଷୟରେ ଅବଗତ କରାଇଥିଲେ ଓ ପଢିବା ପାଇଁ କହିଥିଲେ ଓ ବୃତ୍ତି ଗତ ତାଲିମ ,ଗ୍ରୀନ ପାଶେଯ ଯୋଜନା,ବିଷୟରେ ପିଲାଙ୍କୁ ଅବଗତ କରାଇ ଥିଲେ | ବିଶ୍ୱ ଯୁବ କେନ୍ଦ୍ର ର କୋଷାଧ୍ୟକ୍ଷା କିଶୋରି ବାଳିକା ମାନଙ୍କୁ ଋତସ୍ରାବ ସ୍ୱଚ୍ଛତା ଉପରେ ସଚେତନତା, କିଶୋରାବସ୍ଥାରେ ଶାରୀରିକ ପରିବର୍ତ୍ତନ,ହର୍ମୋନର ପରିବର୍ତ୍ତନ, PCOS, ମାସିକ ଋତୁସ୍ରାବ ସମ୍ପର୍କିତ ସଚେତନତା,ବାଲ୍ୟ ବିବାହର କୁପ୍ରଭାବ,ଯୌନ ସଂକ୍ରାମିତ ରୋଗ (STIs),HIV/AIDS ସଚେତନତା ଉପରେ ପୁଙ୍କାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ପ୍ରଜନନ ସ୍ୱାସ୍ଥ୍ୟ ମାନେ କେବଳ ରୋଗ ନଥିବା ଅବସ୍ଥା ନୁହେଁ, ବରଂ ଶାରୀରିକ, ମାନସିକ ଓ ସାମାଜିକ ଭାବେ ସୁସ୍ଥ ଅବସ୍ଥାକୁ ବୁଝାଏ। ଏହା ପୁରୁଷ ଓ ନାରୀ ଉଭୟଙ୍କ ପାଇଁ ସମାନ ଭାବେ ଜରୁରୀ। ଏହା ସହିତ ମାତୃ ସ୍ୱାସ୍ଥ୍ୟ,କିଶୋର ସ୍ୱାସ୍ଥ୍ୟ,ଅସୁରକ୍ଷିତ ଗର୍ଭପାତ,ଉପରେ ମଧ୍ୟ ଆଲୋଚନା କରିଥିଲେ।
ବ୍ୟକ୍ତିଗତ ଭାବେ ସବୁ ପୀଡିତା ଓ ଅବିଭାବକ ମାନଙ୍କ ସହିତ ସଂକ୍ଷେପରେ ଆଲୋଚନା କରାଯାଇଥିଲା ଏବଂ ଆଇନ ଗତ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା ହେଇଥିଲା | ପରିଶେଷରେ ସମସ୍ତ ପୀଡିତାଙ୍କୁ ବିଶ୍ୱ ଯୁବ କେନ୍ଦ୍ର ତରଫରୁ ଏକା ଉପହାର କୀଟ ପ୍ରଦାନ କରାଯଇଥିଲା | କାର୍ଯ୍ୟକ୍ରମ ଶେଷରେ ବିଶ୍ୱ ଯୁବ କେନ୍ଦ୍ର ର ସହ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ | ଏହି କାର୍ଯ୍ୟକ୍ରମ କ୍ରମକୁ ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସଂଯୋଜିକା ପୂଜା ସ୍ୱାଇଁ, ପ୍ରକଳ୍ପ ସହାୟିକା ସୋନାଲିସା ଶବର, ଲଷ୍ମୀ ବେହେରା, ଦୀପି ଦେହୁରୀ ଓ ସୁନିତା ମାଝୀ ସହଯୋଗ କରିଥିଲେ |



