ସୁନାମଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଙ୍କ ପରଲୋକରେ ଶୋକସଭା….
ଓଡ଼ିଶା ରାଜ୍ୟର ପ୍ରତ୍ୟେକ କୋ’ଣ ଅନୁକୋଣରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ପରଲୋକରେ ଯୁବକ ସମାଜ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି।ଆମେ ଏକ ହିରାକୁ ହଜେଇଦେଇଛୁ ଆମେ କେବେ ଏମିତି କଣ୍ଠ ଶିଳ୍ପୀ ପାଇପାରିବା ନାହିଁ। ସେହି ଦୁଃଖ ରେଭାଙ୍ଗିପଡି ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲିଆକୁଣ୍ଡଲ ଗ୍ରାମରେ ଆଜି ହ୍ୟୁମାନ ସାଗର ଙ୍କ ପ୍ରତିମୃତିରେ ଶ୍ରୀ ହୃଦାନନ୍ଦ ବାଗ, ବିବେକାନନ୍ଦ ବାଗ, ବିସ୍ମୟ ନାଏକ,ରଞ୍ଜନ ବେହେରା, ସୁଶାନ୍ତ ନାଏକ,ଗିରିଶ ସତନାମି,ମଣ୍ଟୁ ବେହେରା, ଅଶ୍ୱିନ ନାଏକ,ତୁମେଶ ସତନାମି,ଅବିନ ବାଗ,ଝୁନୁ ବେହେରା,ରାହୁଲ ବାଗ,ଆଦିତ୍ୟ ସତନାମି,ଉମେଶ ବାଗ,ସରୋଜ ଧଙ୍ଗଡା ମାଝୀ,ଭୁପେନ୍ଦ୍ର ବାଗ,ଜିଗର ବାଗ,ବାବୁଲି ବେହେରା,ଅଶୋକ ଧଙ୍ଗଡା ମାଝୀ,ସୁସିଲ ସ୍ୱାଇଁ,ହେମନ୍ତ ନାଏକ,ମାଲ୍ୟାର୍ପଣ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।ଶୋକସଭା କରିଥିଲେ,ଏବଂ ହୃଦାନନ୍ଦ ବାଗ ହ୍ୟୁମାନ ସାଗର ଙ୍କ ଗିତକୁ ମନେ ପକେଇ ଗିତ ଗାଇ ଦୁଃଖ ପ୍ରକାଶ କରିଥିଲେ । କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ବର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



