
ଆମ୍ ଆଦମୀ ପାର୍ଟି ପକ୍ଷରୁ ସମ୍ବିଧାନ ଦିବସ ଓ ଦଳର ସ୍ଥାପନା ଦିବସ ପାଳନ, ଲୋକଙ୍କ ମୌଳିକ ଅଧିକାରକୁ ଗୁରୁତ୍ୱ, ଟାଟା ପାୱାରର ସ୍ମାର୍ଟ ମିଟରକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର
ଢେଙ୍କାନାଳ : ନଭେମ୍ବର ୨୬ ତାରିଖ ବୁଧବାର ଢେଙ୍କାନାଳ ଆମ୍ ଆଦମୀ ପାର୍ଟି ପକ୍ଷରୁ ସମ୍ବିଧାନ ଦିବସ ଏବଂ ପାର୍ଟିର ୧୪ ତମ ସ୍ଥାପନା ଦିବସ ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ପାଳନ ହୋଇଯାଇଛି l ଦଳୀୟ କାର୍ଯ୍ୟାଳୟ ଠାରେ କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ପରସ୍ପରକୁ ଲଡ୍ଡୁ ଖୁଆଇ ଆନନ୍ଦ ଉଲ୍ଲାସର ସହିତ ସ୍ଥାପନା ଦିବସ ଓ ସମ୍ବିଧାନ ଦିବସ ପାଳନ କରିଥିଲେ l ପରେ କର୍ମୀ ମାନେ ଏକ ପଟୁଆରରେ ବିଭିନ୍ନ ନାରା ଦେଇ ଟାଟା ପାୱାରର ସ୍ମାର୍ଟ ମିଟରକୁ ବିରୋଧ କରି ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସମ୍ବିଧାନ ପ୍ରଣେତା ଡ଼ା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଟାଟା ପାୱାର ଶୋଷଣ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ତିନି ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରଦାନ କରିଥିଲେ l ଆମ୍ ଆଦମୀ ପାର୍ଟି ସର୍ବଦା ସାଧାରଣ ଲୋକମାନଙ୍କ ସାମ୍ବିଧାନିକ ଅଧିକାର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ଯୋଗାଇ ଦେବାପାଇଁ ପ୍ରତିଶୃତି ବଦ୍ଧ l ପ୍ରକାଶ ଥାଉକି, ଟାଟା ପାୱାର ସ୍ମାର୍ଟ ମିଟର ନାଁ ରେ ସାଧାରଣ ଲୋକମାନଙ୍କୁ ଶୋଷଣ କରିଆସୁଛି l ବିନା କାରଣରେ ଭଲ ଥିବା ମିଟରକୁ ଖରାପ ଦର୍ଶାଇ ଦଣ୍ଡ ଆକାରରେ କୋଡ଼ିଏ ହଜାର, ପଚାଶ ହଜାର, ଅଶି ହଜାର ପରି ଫାଇନ ଆଦାୟ କରୁଛି l ସମ୍ବିଧାନ ଅନୁସାରେ ସାଧାରଣ ଲୋକଙ୍କୁ କେବଳ ମାଜିଷ୍ଟ୍ରେଟ ମାନେ ହିଁ ଦଣ୍ଡ ଦେଇପାରିବେ l ମାତ୍ର ଟାଟା ପାୱାରର କର୍ମଚାରୀ ମାନେ ଲୋକମାନଙ୍କ ଘରେ ପସି ଜୋର ଜବରଦସ୍ତି ଫାଇନ କସୁଛି ଏବଂ ଆଦାୟ କରୁଛି l ତାଛଡା ପ୍ରି-ପେଡ଼ ସ୍ମାର୍ଟ ମିଟର ପ୍ରତ୍ୟେକ ଗାଁ ପଞ୍ଚାୟତ ମାନଙ୍କରେ ଥିବା ପାନୀୟ ଜଳ ପ୍ରକଳ୍ପ, ଚାଷୀ ମାନଙ୍କର ଉଠା ଜଳସେଚନ ଇତ୍ୟାଦିରେ ଟାଟା ପାୱାର ଏହି ସ୍ମାର୍ଟ ମିଟର ଲଗାଉଛି l ଫଳରେ ପାନୀୟ ଜଳ ଯୋଗାଣରେ ବାଧା ସୃଷ୍ଟି କରୁଛି l ଏହି ପ୍ରିପେଡ଼ ସ୍ମାର୍ଟ ମିଟର ଯୋଗୁଁ ଭୁବନ ବ୍ଲକ ବାରୁଆଁ ଗ୍ରାମରେ ଦୀର୍ଘ ୨୨ ଦିନ ପାନୀୟ ଜଳ ନମିଳିବା ଏହାର ଜ୍ୱଳନ୍ତ ଉଦାହରଣ l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ବେହେରା, ନଗର ସଭାପତି ଦେବାଶିଷ ନନ୍ଦ, ଉପଦେଷ୍ଟା ଚିତ୍ତରଞ୍ଜନ ପାଣି, ନଗର ଉପସଭାପତି ବିଜୟ କୁମାର ଦାସ, ଓଡାପଡ଼ା ସଭାପତି ଇଂ ପିତାମ୍ବର ଦାସ, ଗଁଦିଆ ବ୍ଲକ ସଭାପତି ରୋହିତ ବେହେରା, ଚନ୍ଦ୍ରମଣି ପାତ୍ର, ମହିଳା ନେତ୍ରୀ ସୁଚିତ୍ରା ନାୟକ, ରୁନୁବାଳା ଚିନାରା, ରଞ୍ଜୁବାଳା, ପାର୍ବତୀ ପଧାନ, ପ୍ରଦୀପ ସାହୁ, ହେମନ୍ତ ସାହୁ, ସନ୍ତୋଷ ନାଏକ, ପ୍ରସନ୍ନ ବରାଳ, ଜୟନ୍ତ ଦାସ, ମଧୁସୂଦନ ମଲିକ, ସୋମନାଥ ଦାସ, ଅନ୍ତର୍ଯ୍ୟାମୀ ସାହୁ, ନିରଦ ପାତ୍ର ପ୍ରମୁଖଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-18.jpg)


