ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିଶାନସଭା ପକ୍ଷରୁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦୁଝର ଜିଲ୍ଲା ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭା ପକ୍ଷରୁ ବଡ଼ବିଲ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ । କେନ୍ଦୁଝରଜିଲ୍ଲା ବଡବିଲ୍ ତହସିଲ୍ ଅନ୍ତର୍ଗତରେ ଥିବା ପଳସା ପଞ୍ଚାୟତର ପଳସା, ଉଁଚାବାଲି, ନମ୍ବିରା, ବାମେବାରୀ, ଗୟଳମରା, ବେଲଦା, ନୂଆସାହି; ବଳଦା ପଞ୍ଚାୟତର ବଳଦା, କୁଣ୍ଡାପଶି, ଟାଟାପାଣି, ଚଡକମରା, ବାମେବାରୀ ଏବଂ କାଳୀମାଟି ପଞ୍ଚାୟତର ପିଢ଼ପୋଖରୀ ଓ ହାଣ୍ଡିଭଙ୍ଗା ଆଦି ଗ୍ରାମରେ ଘରଡିହର ପଟ୍ଟା ତୁରନ୍ତ ପ୍ରଦାନ କରିବାକୁ ଦାବୀ କରିଛନ୍ତି ଓ ଏସବୁ ଗ୍ରାମର ବହୁ ଘରଡିହ ହୀନ ପରିବାର ବସବାସ କରୁଛନ୍ତି । ଗତ କିଛିଦିନ ତଳେ ଓଡ଼ିଶା ସରକାର ସମସ୍ତ ଘରଡିହ ହୀନ ପରିବାରକୁ ଘରଡିହର ପଟ୍ଟା ପ୍ରଦାନ ପାଇଁ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏ ବିଷୟରେ ଏହିସବୁ ଗାଁରେ ରାଜସ୍ୱ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନଥିବା,ଜିଲ୍ଲାର ଆଦିବାସୀ ପରିବାରମାନଙ୍କୁ ପାରମ୍ପରିକ ଭାବେ ଚାଷକରି ଆସୁଥିବା ଜଙ୍ଗଲ ଜମିର ପଟ୍ଟା ଜଙ୍ଗଲ ଅଧିକାର ଆଇନ୍ ୨୦୦୬ ଅନୁଯାୟୀ ତୁରନ୍ତ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା,ଏଠାରେ ଉଲ୍ଲେଖନୀୟ ଯେ ଆଦିବାସୀମାନେ ଦୀର୍ଘବର୍ଷ ଧରି ପାରମ୍ପରିକଭାବେ ଚାଷ କରୁଥିବା ଜଙ୍ଗଲ ଜମିରେ ବନ ବିଭାଗ ତରଫରୁ ଗତ କିଛିବର୍ଷ ହେବ ଜୋରଜବରଦସ୍ତ ଚାରା ରୋପଣ ହେଉଛି ଫଳତଃ ଏପରି ଜଙ୍ଗଲ ଜମି ଉପରେ ଆଦିବାସୀମାନେ ସେମାନଙ୍କର ଅଧିକାର ହରାଇ ବସୁଛନ୍ତି ତାର ନିରାକରଣ କରିବା ସଂପୃକ୍ତ ଗ୍ରାମସଭାର ବିନା ଅନୁମତିରେ ଜଙ୍ଗଲ ବିଭାଗ ତରଫରୁ କୌଣସି ଗ୍ରାମରେ ଚାରା ରୋପଣ କାର୍ଯ୍ୟ କରାନଯିବା ,ପ୍ରଥମେ ଜଙ୍ଗଲ ଜମିର ଅଧିକାର ଦେବା ସେହିସବୁ ଗ୍ରାମରେ ପ୍ରାଥମିକତାରେ ଆରମ୍ଭ କରାଯିବା ,ଦଖଲରେ ଥିବା ଅନାବାଦୀ ଜମି ଉପରେ ଗରିବ ଆଦିବାସୀ ପରିବାରକୁ ପ୍ରତିବର୍ଷ ଏନ୍କ୍ରୋଚମେଣ୍ଟ କେଶ୍ ରୁଜୁ କରିବା ପରିବର୍ତ୍ତେ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା, ଭୂମିହୀନ ପରିବାର ର ଛାତ୍ର ଛାତ୍ରୀଙ୍କୁ ଜାତି ପ୍ରମାଣ ପତ୍ର ଯୋଗାଇବା, ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ସମସ୍ତଙ୍କୁ କାମ ଯୋଗାଇବା ସମସ୍ତ ଭିତ୍ତିଭୂମିର କାମରେ ମେସିନ ପରିବର୍ତ୍ତେ ଲୋକଙ୍କୁ କାମ ଯୋଗାଇବା , ପଞ୍ଚମ ଅନୁସୂଚିତ ଅଞ୍ଚଳରେ ପେସା ଆଇନ୍ କୁ କଡାକଡି କରିବା ସହ ଗ୍ରାମ ସଭା ଗୁଡ଼ିକୁ ଗୁରୁତ୍ଵ ଦେବା ଏବଂ ପାନୀୟ ଜଳ ସମସ୍ୟା ଦୁରକରିବା ସହ ବିଜୁଳି ଓ ରାସ୍ତା ର ସମସ୍ୟା କୁ ଦୂରକରିବା ଇତ୍ୟାଦି ଦଶଗୋଟି ଦାବୀ ନେଇ ଏକ ପତ୍ର ବଡ଼ବିଲ ଅତିରିକ୍ତ ତହସିଲଦାର ଭୁବନାନନ୍ଦ ନାଏକ ଙ୍କୁ ପ୍ରଦାନ୍ କରିଥିଲେ ଓ ଶ୍ରୀ ନାଏକ୍ ଯଥା ସମ୍ଭବ ସେମାନଙ୍କ ଦାବୀ କିପରି ପୂରଣ ହେଇପାରିବ ସେ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ ର ପନ୍ଥା ବାହାର କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



