
ଅନୁଗୋଳ ଜିଲ୍ଲା ଶିକ୍ଷକପଡା ଅଞ୍ଚଳର ଉପେନ୍ଦ୍ର ବେହେରା ଙ୍କ ପୁଅ ଜିତେନ୍ଦ୍ର ବେହେରା ଗତ ପାଖାପାଖି ୮ ବର୍ଷ ପୂର୍ବେ କାମ ପାଇଁ ମୁଥୁଟ ଫିନକର୍ପ ରେ ତାଙ୍କର ୨୦୦ ଗ୍ରାମ ସୁନା ବନ୍ଧକ ରଖି ୧୪ ଲକ୍ଷ ୯୦ ହଜାର ଟଙ୍କା ଉଠାଣ କରି ପରିଶୋଧ ବାବଦରେ ପ୍ରତ୍ୟକ ମାସରେ କିସ୍ତି ମଧ୍ୟ ଦେଉଥିଲେ। ସମସ୍ତ ସୁନାକୁ ଫେରସ୍ତ ପାଇଁ ଦିନ ୧ ବେଳେ ମୁଥୁଟ ଫିନକର୍ପକୁ ଯାଇ ପହଞ୍ଚିଥିଲେ। ଜିତେନ୍ଦ୍ରଙ୍କର ଆଉ କିଛି ଟଙ୍କା ବାକି ରହିଥିଲା। ଯାହା ପାଇଁ ଜିତେନ୍ଦ୍ର ସଙ୍ଗେ ସଙ୍ଗେ ବାକି ଥିବା କିସ୍ତି ଟଙ୍କା ଯାଉ ପୈଠ କରିଥିଲେ । ଏବଂ ସୁନା ଫେରସ୍ତ ପାଇଁ କହିଥିଲେ। କିନ୍ତୁ ମୁଥୁଟ ଫିନକର୍ପ କର୍ମଚାରୀ କହିଲେ କି ଶେଷ କିସ୍ତି ପୈଠ କରିଥିବା ଏସଏମଏସ ନ ଆସିବା ପର୍ଯ୍ୟନ୍ତ ଆମେ ସୁନା ଦେଇ ପାରିବୁ ନାହିଁ ବୋଲି କହିଥିଲେ। ଜିତେନ୍ଦ୍ର ସଙ୍ଗେ ସଙ୍ଗେ ମୁଥୁଟ ଫିନକର୍ପ ର ବ୍ରାଞ୍ଚ ମ୍ୟାନେଜର ମାନସୀ ସାମଲଙ୍କୁ ସୁନା ଫେରସ୍ତ ପାଇଁ ଅଭିଯୋଗ କରିଥିଲେ । ମୁଥୁଟ ଫିନକର୍ପ ର ବ୍ରାଞ୍ଚ ମ୍ୟାନେଜର ମାନସୀ ସାମଲ ଅପରାହ୍ନ ୫ ଘଟିକା ପରେ ଆମେ ସୁନା ଆଉ ଦେଇ ପାରିବୁ ନାହିଁ ବୋଲି କହିଥିଲେ। ସୁନା ନ ନେଇ ଘରକୁ ଫେରିବି ନାହିଁ ବୋଲି ଜିତେନ୍ଦ୍ର କରିଥିଲେ। ତେବେ ସୁନା ଫେରସ୍ତ ପାଇଁ ଶେଷରେ ଜିତେନ୍ଦ୍ର ଟାଉନ୍ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳକୁ ପୋଲିସ ଆସି ତଦନ୍ତ କରିଥିଲେ। ଏବେ ପ୍ରଶ୍ନ ଉଠିଛି ଯେ, ଯଦି ସୁନା ଆଜି ଦେବାର ନଥିଲା ତା ହେଲେ ଗ୍ରାହାକ ଜିତେନ୍ଦ୍ରଙ୍କୁ କାହିଁକି ମୁଥୁଟ ଫିନକର୍ପ ରେ ଅପେକ୍ଷା କରିବା ପାଇଁ କହିଥିଲେ କତୃପକ୍ଷ । ସ୍ଥାନୀୟବାସୀ ଙ୍କ ଅଭିଯୋଗ ଯେ, ମୁଥୁଟ ଫିନକର୍ପ ଏଭଳି ବହୁ ଲୋକଙ୍କୁ ହଇରାଣ କରୁଥିବା ନଜରରେ ରହିଥିବା ଅଭିଯୋଗ କରିଛନ୍ତି । ଏ ଘଟଣା ବିଷୟରେ ବ୍ରାଞ୍ଚ ମ୍ୟାନେଜର ଙ୍କୁ ପଚାରିବାରୁ ସନ୍ଧ୍ୟା ୫ ପରେ ଆମେ ସୁନା ଦେଇ ପାରିବୁ ନାହିଁ ବୋଲି କହିଛନ୍ତି ।



