କବି କବୟତ୍ରୀଙ୍କର କବିତା ଆସର
ଢେଙ୍କାନାଳ, ୦୧/୧୨: ସପ୍ତଶଯ୍ୟା ସାହିତ୍ୟ ସଂସଦ କାମଧେନୁକୋଟ, ଢେଙ୍କାନାଳର ପ୍ରଥମ ବାର୍ଷିକ ଉତ୍ସବ କାମଧେନୁ କୋଟ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କୌଶିକ ନାୟକ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଦୁର୍ଯ୍ୟୋଧନ ବରାଳ କବିତାର ମହତ୍ୱ ସଂପର୍କରେ ପ୍ରତିପାଦିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ବାରିକ ,ରବି ନାରାୟଣ ମଙ୍ଗରାଜ, ନାରାୟଣ ପାତ୍ର, ସବିତା ମହାନ୍ତି, ମନୋଜ ମହାପାତ୍ର, ସ୍ଥାନୀୟ ଧୀରପାଟଣା ସରପଞ୍ଚ ପ୍ରତାପ କୁମାର ସାଇଁ ଏହି ସମ୍ମିଳନୀରେ ଯୋଗ ଦେଇ ନିଜ ନିଜର କାବ୍ଧିକ ପ୍ରସଙ୍ଗ ସବୁ ଉପସ୍ଥାପିତ କରିଥିଲେ । ଏଥିରେ ୬୨ ଜଣ କବି, କବୟିତ୍ରୀ ଉକ୍ତ ସମ୍ମିଳନୀରେ ଯୋଗଦାନ କରିଥିଲେ । ୮ଜଣ କବିଙ୍କୁ ବେଣୁଧର ସ୍ମୃତି ସମ୍ମାନ ଓ ୨ଜଣଙ୍କୁ ଭୋଳେଶ୍ଵର ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସଂସଦର ସଭାପତି ବେଣୁଧର ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂପାଦକ ସୁରେଶ ଚନ୍ଦ୍ର ପ୍ରଧାନ ସଂପାଦକୀୟ ବିବରଣୀ ପାଠ କରିଥିଲେ । ସଂସଦର ବାର୍ଷିକ ସ୍ମରଣିକା ‘ସୁନାଝର’କୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ଦଶଜଣ ପର୍ବ ଓ କବୟିତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଯୁଗ୍ମ ସଂପାଦକ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



