*ଜନତା ସରକାରୀ ହାଇସ୍କୁଲରେ ବିଶ୍ଵ ଏଡସ ଦିବସ- ୨୦୨୫ ଅନୁଷ୍ଠିତ*

(ବରଗଡ଼)::୦୧/୧୨ (ପବିତ୍ର ମେହେର): ଏଚ୍ଆଇଭି ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। ଏଡ଼ସ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସମର୍ପିତ ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅମ୍ବାଭୋନାର ଡଃ ପ୍ରଶାନ୍ତ ପଣ୍ଡା ଯୋଗ ଦେଇଥିଲେ। ବିଦ୍ୟାଳୟର ଜୁନିଅର୍ ରେଡ୍ କ୍ରସ କାଉନସେଲର ତଥା ରେଡ୍ ରିବନ୍ କ୍ଳବର ମାର୍ଗ ଦର୍ଶକ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ବିଶ୍ଵ ଏଡ଼ସ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଚଳିତ ବର୍ଷର ବିଶ୍ଵ ଏଡସ ଦିବସର ପ୍ରସଙ୍ଗ:”ବ୍ୟାଘାତ ଅତିକ୍ରମ କରିବା ଓ ଏଡସକୁ ମୂଳପୋଛ କରିବା ଉଦ୍ୟମକୁ ଆଗେଇନେବା ” ଉପରେ ଆଲୋକପାତ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଏଚ ଆଇ ଭି ସଂକ୍ରମଣର କାରଣ,ଲକ୍ଷଣ ଓ ଏଡ଼ସରୁ ମୁକ୍ତି ପାଇବାର ଉପାୟ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରି ସଚେତନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଏଡ଼ସ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତାରେ ୩୫ ଜଣ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ଛାତ୍ରୀ ଡିଲେଶ୍ଵରୀ ପନିଆ,ଦୀପ୍ତି ସା ଓ ବିଜିତା ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ପୁରସ୍କୃତ କରାଯାଇଥିଲା।ପରିଚାଳନାରେ ଶିକ୍ଷକ ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ, ବୋଧରାମ ବିଶ୍ୱାଳ, ଅଙ୍କିତ ମହନ୍ତ, ଶ୍ରୀପତି ସାହୁ ଏବଂ ତେଜରାମ ସାଙ୍କ ସମେତ ଜୁନିଅର୍ ରେଡ୍ କ୍ରସ୍,ରେଡ୍ ରିବନ୍ କ୍ଳବ ଓ ବିଜ୍ଞାନ କ୍ଳବର ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ଶିକ୍ଷୟିତ୍ରୀ ରୋଜାଲିନ ଭୋଇ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ଈଶ୍ୱର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।




