ଆଜି ଢେଙ୍କାନାଳ ମୀନା ବଜାରସ୍ଥ ସାଇ ଦରବାର ପ୍ରାଙ୍ଗଣ ରେ 16ତମ ସାଇ ବାବା ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ସକାଳ 6ଟା ରେ କାକଡ ଆରତୀ ପରେପରେ ବାବାଙ୍କ ମହାସ୍ନାନ ହୋଇଥିଲା ।ଦି ପ୍ରହର ସମୟରେ ମଧ୍ୟାହ୍ନ ଆରତୀ ,ହୋମ ଓ ସନ୍ଧ୍ୟାରେ ଧୁମ ଆରତୀ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟାରେ ଶ୍ରୀ ସାଇ ଭଜନ ସନ୍ଧ୍ୟା ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ବାରା ଭଜନ ଓ ସାଇ ଦିବ୍ୟ ଲୀଳା ପ୍ରବଚକ ଶ୍ରୀ ସୁଭାନ୍ୱେଶ ରଥ ମହୋଦୟ ଙ୍କ ଦ୍ଵାରା ସାଇ ଲୀଳା ର ଏକ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା ।ଶେଷରେ ରାତ୍ର 9.30ରେ ବାବାଙ୍କ ଶେଯ ଆରତୀ କରାଯାଇ କାର୍ଯ୍ୟକ୍ରମ କୁ ବିଶ୍ରାମ ଦିଆ ଯାଇଥିଲା।ଏହି ସମସ୍ଥ କାର୍ଯ୍ୟକ୍ରମ ରତ୍ନ ମହାପାତ୍ର ପରିବାର ଆନୁକୁଲ୍ୟରେ ସମାପନ ହୋଇଥିଲା।



