ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା । ସେହିପରି ଅନ୍ୟ ଏକ ସରକାରୀ ବାସଭବନର ମରାମତିରେ ଖର୍ଚ୍ଚ ହୋଇଛି ୨୩ ଲକ୍ଷରୁ ଅଧିକ ଟଙ୍କା । ବିଧାନସଭାରେ ଖୋଦ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସରକାରୀ ବାସଭବନ ମରାମତିରେ ୨୮ ଲକ୍ଷ ୨୧ ହଜାର ୨୩୦ ଟଙ୍କା ଖର୍ଚ୍ଚ ହୋଇଛି।
ଏହା ପରେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ବାସଭବନରେ ୨୫ ଲକ୍ଷ ୭୪ ହଜାର ୬୭୨ ଟଙ୍କା ଖର୍ଚ୍ଚ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନରେ ୨୫ ଲକ୍ଷ ୭୨ ହଜାର ୫୧୭ ଟଙ୍କା ଖର୍ଚ୍ଚ ହୋଇଛି। ନିଜ ସରକାରୀ ବାସଭବନରେ ସବୁଠାରୁ କମ୍ ଖର୍ଚ୍ଚ କରିଥିବା ମନ୍ତ୍ରୀ ହେଉଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ,ରାଜ୍ୟରେ ନୂଆ ସରକାର ଆସିବା ପରେ ବିଭିନ୍ନ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା କ୍ୱାର୍ଟର୍ସଗୁଡ଼ିକର ମରାମତି ଏବଂ ନବୀକରଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଇଛି ଏବଂ ସମସ୍ତ ମନ୍ତ୍ରୀମାନଙ୍କର ଅଲଗା ଅଲଗା ଖର୍ଚ୍ଚ ତାଲିକା ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

