ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠହାଇଛନ୍ତି। ନବୀନଙ୍କ ଏହି ଟାର୍ଗେଟ୍ ପରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାକୁ ଆସିବା ପ୍ରସଙ୍ଗରେ ନବୀନଙ୍କୁ ପାଲଟା ଆକ୍ରମଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମାଝୀ ଗୃହରେ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, “ବିଧାନସଭାକୁ ଆସି ୨ ମିନିଟ୍ ବସିବାକୁ ଧୈର୍ଯ୍ୟ ନାହିଁ। ନବୀନ ବାବୁ ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଯାଇ ପାରୁଛନ୍ତି, କିନ୍ତୁ ବିଧାନସଭା ୯ ଦିନ ହେଲାଣି ଚାଲିଥିଲେ ମଧ୍ୟ ବିରୋଧୀଦଳ ନେତା କେତେ ଦିନ ଆସିଛନ୍ତି? କେବଳ ସୋସିଆଲ୍ ମିଡିଆରେ ପୋଷ୍ଟ କରିଦେଲେ ବିକାଶ ହେବ ନାହିଁ। ଗୃହରେ କଥା ଉଠାଇବାକୁ ଅଧିକାର ଦିଆଯାଇଛି।”
ଏହା ପୂର୍ବରୁ, ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜଗାଙ୍ଗପୁର ଘଟଣାକୁ “ଅତ୍ୟନ୍ତ ହୃଦୟ ବିଦାରକ” କହିବା ସହ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ପୀଡ଼ିତାଙ୍କ ପରିବାର ପୂର୍ବରୁ ଜୀବନ ପ୍ରତି ବିପଦ ଥିବା ନେଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଗଲା ନାହିଁ। ଅପରାଧୀମାନେ ମୁକ୍ତ ଭାବରେ ବୁଲୁଛନ୍ତି,” ଏବଂ ଲୋକମାନେ ନିରାପଦ ଅନୁଭବ କରୁ ନାହାଁନ୍ତି।ପୂର୍ବରୁ ବଲାଙ୍ଗୀର ଏବଂ ଯାଜପୁରରେ ଛାତ୍ରୀଙ୍କୁ ନେଇ ଘଟିଥିବା ହିଂସା ଘଟଣାକୁ ଉଲ୍ଲେଖ କରି ନବୀନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଆହ୍ୱାନ ଦେଇଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

