ଦକ୍ଷତା ଏବଂ ଉତ୍ତମ ଗୁଣବତ୍ତା ଯୁକ୍ତ ମେଟାଲ ଉତ୍ପାଦନ କ୍ଷେତ୍ରରେ ନାଲ୍କୋ କୁ ପ୍ରଥମ ପୁରସ୍କାର ପ୍ରଦାନ
ଅନୁଗୋଳ,୧୦/୧୨ : ପରିଚାଳନା କ୍ଷେତ୍ର ରେ ଦକ୍ଷତା ଏବଂ ଉତ୍ତମ ଗୁଣବତ୍ତା ଯୁକ୍ତ ମେଟାଲ ଉତ୍ପାଦନ କ୍ଷେତ୍ରରେ ନାଲ୍କୋ ପ୍ରଥମ ପୁରସ୍କାର ହାସଲ କରିଛି। ଆଇଆଇଏମ୍ ପକ୍ଷରୁ ହାଇଦ୍ରାବା ଠାରେ ଅନୁଷ୍ଠିତ ତିନି ଦିନିଆ ଡିସେମ୍ବର ୪ତାରିଖରୁ ଠାରୁ ୬ତାରିଖ ପର୍ଯ୍ୟନ୍ତ ସମ୍ମିଳନୀରେ ନିରନ୍ତର ଅଭିବୃଦ୍ଧି ଏବଂ ଦାୟିତ୍ୱପୂର୍ଣ୍ଣ ଖଣି ଏବଂ ଧାତୁ ଉତ୍ପାଦନ ପ୍ରତି ଏହାର ଉତ୍ସର୍ଗତାକୁ ଉଲ୍ଲେଖ କରି ଆଈଆଇ ଏମ ସଷ୍ଟେନେବିଲିଟି ପୁରସ୍କାରରେ ନାଲକୋ ବୃହତ୍ ଉତ୍ପାଦନ ସଂଗଠନ -ନନ୍- ଫେରସ୍ ବର୍ଗରେ ପ୍ରଥମ ପୁରସ୍କାର ପାଇଛି। ଏଥି ସହିତ ହାଇଦ୍ରାବାଦରେ ଅନୁଷ୍ଠିତ ଆଇଆଇଏମ ଫ୍ଲାଗସିପ୍ ଇଭେଣ୍ଟ ସମୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (S&P) ଶ୍ରୀ ସଚିଦାନନ୍ଦନ ଜେନାଙ୍କୁ ୨୦୨୫ ପାଇଁ ସ୍ୱର୍ଣ୍ଣ ପଦକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ସଫଳତା ନିମନ୍ତେ ଆଜି ନାଲକୋ ଗର୍ବିତ ଆଗକୁ ନାଲକୋ ଏହିପରି ଉତ୍ତମ ଗୁଣମାନର ମେଟାଲ ଉତ୍ପାଦନ କରିବ ବୋଲି ସଂକଳ୍ପ ବୋଧ ହୋଇଥିବା ଜଣାପଡିଛି ।



