କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ପୁଣି ହାତୀ ଆକ୍ରମଣରେ ଯୁବକ ମୃତ
ଜଙ୍ଗଲି ହାତୀ ଙ୍କୁ ନିୟନ୍ତ୍ରଣ କରିବାରେ କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଥିବା ମନେହୁଏ। ବାରମ୍ବାର କେନ୍ଦୁଝର ଜିଲ୍ଲାରେ ଜଙ୍ଗଲି ହାତୀ ଆକ୍ରମଣରେ ଅଞ୍ଚଳ ବାସିନ୍ଦା ମାନଙ୍କ ମୃତ୍ୟୁ ଘଟୁଥିବା ବେଳେ କେନ୍ଦୁଝର ଜିଲ୍ଲା ବନ ବିଭାଗ ଦେଖଣାହାରି ସାଜିଛି।କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡରେ ପୁଣି ହାତୀ ଆକ୍ରମଣରେ ଯୁବକ ମୣତ୍ୟୁ । ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଗିଧିବାସ ଠାରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ଯୁବକ ମୃତ ବରଣ କରିଥିବା ନେଇ ସୂଚନା, ମୃତକ ଜଣକ ଅସନପାଟ ଗ୍ରାମର ଭାଗବତ ନାଏକ l ସେ ହାତୀ ଦେଖିବାକୁ ଗିଧବାସ ଯାଇଥିଲେ l ହାତୀ ଦେଖୁଥିବା ବେଳେ ହାତୀ ଆକ୍ରମଣ କରିଥିଲା ଘଟଣା ସ୍ଥଳରେ ତାର ମୣତ୍ୟୁହୋଇଥିବା ନେଇ ସୂଚନା। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୣତଦେହ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବା ନେଇ ସୂଚନା l କିଛି ଦିନ ହେବ ଦୁଇ ଟିକିଆ ହାତୀ ଏହି ଅଞ୍ଚଳରେ ଉତ୍ପାତ ଜାରି ରଖିଥିବା ବେଳେ ଆଜିର ଘଟଣା ପରେ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା l ସୂଚନା ଅନୁସାରେ ଗତ ଆଠ ତାରିଖରେ ଏହି ସେକ୍ସନର ଉଚ୍ଚବାଲି ଠାରେ ତିନିଟିକିଆ ହାତୀ ପଲ ଜଣେ ଯୁବକକୁ ହାତୀ ଆକ୍ରମଣ କରି ମାରିଥିଲା। ଗେlଟିଏ ସପ୍ତାହ ରେ ଦୁଇଜଣ ହାତୀ ଆକ୍ରମଣ ରେ ମୣତ୍ୟୁବରଣ କରିବାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି lକେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)