*ଅନ୍ତର୍ଜାତୀୟ ପ୍ରତିଯୋଗିତାଓଡିଶା ମାଷ୍ଟର୍ସ 2025 ….*ମହିଳା ବିଭାଗ ପ୍ରି କ୍ୱାର୍ଟର ରେ ରେ ଉନ୍ନତି ହୁଡ଼ା, ଅନମୋଲ ଖର୍ବ, ତନଭି ଶର୍ମା ଓ ଅଦିତି ଭଟ୍ଟ…*ପୁରୁଷ ପ୍ରି-କ୍ୱାର୍ଟର ରେ ଥରୁନ ମାନେପଲ୍ଲୀ, କିରଣ ଜର୍ଜ, ସତୀଶ କୁମାର ଓ ପ୍ରିୟାଂଶୁ ରାଜୱତ…

ଭୁବନେଶ୍ୱର / ସ୍ଥାନୀୟ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟେଡ଼ିଅମ ଠାରେ ଅନ୍ତର୍ଜାତୀୟ ବେଡ଼ମୀଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ 2025” ର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂଡ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗ ର 76 ଟି ମେଚ ଖେଳ ହୋଇଯାଇଅଛି lଦ୍ଵିତୀୟ ଦିନ ର ଏହି ଆନ୍ତର୍ଜାତୀୟ ପ୍ରତିଯୋଗୀତା ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସରକାର ଙ୍କ କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ଖେଳାଳୀ,ଆୟୋଜକ, ଏବଂ ଦର୍ଶକ ମାନଙ୍କୁ ଶୁଭେଚ୍ଛା ବର୍ତl ଦେଇଥିଲେ l ଏ ଅବସରରେ କଟକ ସଦର ମାନ୍ୟବର ବିଧାୟକ ପ୍ରକାଶ ସେଠି, କ୍ରୀଡା ନିର୍ଦେଶକ ଡ଼. ବିଜୟ ୟେଦୁଲ୍ଲା,କଟକ ଜିଲ୍ଲାପାଳ ଶ୍ରୀ ଦତ୍ତlତ୍ରେୟ ଭାଉ ସାହେବ ସିନ୍ଧେ, କଟକ ମହାନଗର ନିଗମ ଅଧ୍ୟକ୍ଷା କିରଣ ଦୀପ କୌର ସହଟା, ସିନେମା ଅଭିନେତା ଶ୍ରୀତମ ଦାସ, ପ୍ରତିଯୋଗୀତା ର ଡାଇରେକଟର ବେଣୁଗୋପାଳ ମହାଲିଙ୍ଗମ ପ୍ରମୁଖ ଅତିଥି ଭାବେ ଉପସ୍ଥିତରହିଥିଲେ lଦ୍ଵିତୀୟ ଦିନ ରେ ଖେଳାଯାଇ ଥିବା ମହିଳା ସିଙ୍ଗଲ ପୁରୁଷ ସିଙ୍ଗଲ ବିଭାଗ ରେ ଭାରତୀୟ ଖେଳାଳୀ ମାନେ ଉତ୍ତମ ପ୍ରଦର୍ଶନ ସହ ପ୍ରି କ୍ୱାର୍ଟର ପର୍ଯ୍ୟାୟ ରେ ପହଂଚିଛନ୍ତି ମହିଳା ବିଭାଗ ର ରାଉଣ୍ଡ 32 ରେ ଟପସିଡ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା, ଯୁନାଇଟେଡ଼ ଆରବ ଏମିରେଟ୍ସ ର ପ୍ରକ୍ରିତି ଭାରତ ଙ୍କୁ 21-12,21-18 ରେ ପରାଜିତ କରି ପ୍ରି କ୍ଵାଟର ରେ ପହଂଚି ଛନ୍ତି l ମହିଳା ପ୍ରି କ୍ୱାର୍ଟର ରେ ପହଞ୍ଚି ଥିବା ଅନ୍ୟ ଖେଳାଳୀ ମାନେ ହେଲେ ତୃତୀୟ ସିଡ ତନଭି ଶର୍ମା, ଷଷ୍ଠ ସିଡ ଅନମୋଲ ଖର୍ବ ଏବଂ ଅଣ ସିଡେଡ଼ ତାନ୍ୟା ହେମନ୍ଥ lପୁରୁଷ ବିଭାଗ ସିଙ୍ଗଲ ରେ ମଧ୍ୟ ଟପ ସିଡ ଥରୁନ ମାନେପଲ୍ଲୀ ନିଜ ଦେଶ ଖେଳାଳୀ ମାନବ ଚୌଧୁରୀ ଙ୍କୁ 21-5,21-8 ର ସହଜ ବିଜୟ ସହ ପ୍ରି କ୍ୱାର୍ଟର ରେ ପହଂଚିଛନ୍ତି l ପ୍ରି କ୍ୱାର୍ଟର ପର୍ଯାୟ ରେ ପହଂଚି ସାରିଥିବା ଅନ୍ୟ ଖେଳାଳୀ ମାନେ ହେଲେ ଗତ ସିଜନ ର ସିଙ୍ଗଲ ଚାମ୍ପିୟନ ସତୀଶ କୁମାର, ଦ୍ଵିତୀୟ ସିଡ କିରଣ ଜର୍ଜ ଏବଂ ପ୍ରିୟାଂଶୁ ରାଜୱତ lମିକ୍ସଡ଼ ଡବଲସ ବିଭାଗ ରେ ଅନୁଷ୍ଠିତ ରାଉଣ୍ଡ 32 ମେଚ ରେ ଟପ ସିଡ ଇଣ୍ଡୋନେସିଆ ର ଏମ. ଫାଜା ଓ ଏ. ପ୍ରଣତା ଙ୍କ ଯୋଡି ମାଲେସିଆ ଯୋଡି ୱେଇ ୟୀ ହେର୍ନ ଓ ଭାନୀ ଗୋବି ଯୋଡିଙ୍କୁ 21-18,21-11 ର ଦୁଇଟି ଗେମ ରେ ପରାଜିତ କରି କ୍ୱାର୍ଟର ଫାଇନାଲ ରେ ପହଂଚିଛନ୍ତି l କ୍ୱାର୍ଟର ଫାଇନାଲ ପହଂଚି ଥିବା ଅନ୍ୟ ଯୋଡି ମାନେ ହେଲେ ଇଣ୍ଡୋନେସିଆ ଯୋଡି ବି. ପ୍ରସେତ୍ୱ ଓ ଏ. ମୁଂଗରଣ, ଭାରତୀୟ ଯୋଡି ଆର୍ଯ୍ୟନ ସପିଆ ଓ ଅଶ୍ୱିନୀ ପୋନ୍ନାପ୍ପା ଏବଂ ଡି. ଭେଲ ମୁରୁଗାନ ଓ ପି. ନଟରlଜନ ଙ୍କ ଯୋଡି lଭାରତୀୟ ବେଡ଼ମୀଣ୍ଟନ ସଙ୍ଘ ଓଡିଶା ସରକାର ଏବଂ ଓଡିଶା ରାଜ୍ୟ ବେଡ଼ମୀଣ୍ଟନ ସଙ୍ଘ ର ମିଳିତ ସହଯୋଗ ରେ ଚାଲିଥିବା ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାର ସମାପନ ଆଗାମୀ 14 ତାରିଖ ରେ ଅନୁଷ୍ଠିତ ହେବ ବୋଲି ପ୍ରତିଯୋଗିତା ଆୟୋଜନ କମିଟୀ ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି l




