ଜୁଆ ଆଡ୍ଡାରେ ପୋଲିସ୍ ର ଚଢ଼ାଉ,ଦଶଜଣ ସମେତ ବୋଲେରୋ,ବାଇକ୍ ଓ ମୋବାଇଲ୍ ଜବତ୍

କେନ୍ଦୁଝର ଜିଲ୍ଲାରେ ଚାଲିଛି ଅବୈଧ ଜୁଆଖେଳ, ଜୁଆ ଆଡ୍ଡା ରେ ପୋଲିସ୍ ପ୍ରଶାସନ ପକ୍ଷରୁ ଅତର୍କିତ ଚଢାଉ। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଗୁରୁବେଡା ଗ୍ରାମରେ ବେଆଇନ ଜୁଆଖେଳ ଓ କୁକୁଡା ଲଢେଇ ବେଳେ ପୁଲିସ ପ୍ରଶାସନ ପକ୍ଷରୁ ଅତର୍କିତ ଚଢାଉ । ଏହି ଚଢ଼ାଉ ରେ ଗୋଟିଏ ବେlଲେରେl ସହିତ ଏକତିରିଶଟି ମୋଟର ସାଇକେଲ ଜବତ ଏବଂ ଦଶ ଜଣକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତେର ହଜାର ନଅସହ ଷାଠିଏ ଟଙ୍କା ଓ ପାଞ୍ଚୋଟି ମୋବାଇଲ ଜବତ କରିଛି ପୋଲିସ୍l ଏଠାରେ କୁକୁଡା ଲଢେଇ ସହ ଜୁଆଖେଳ ଚାଲିଥିବା ବିସ୍ବସ୍ଥ ସୂତ୍ରରୁ ଖବର ପାଇ ବାମେବାରୀ ପେlଲିସ ଚଢାଉ କରିଥିବା ବେଳେ ଚଢାଉ ସମୟରେ ଯୁଆଡି ମାନେ ଘଟଣା ସ୍ଥଳରେ ପେlଲିସକୁ ଗାଳିଗୁଲଜ କରିବା ସହ ଆକ୍ରମଣ କରି ପଥରମାଡ କରିଥିଲେ, ସେ ମଧ୍ୟରୁ ଦଶଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କେlର୍ଟ ଚାଲାଣ କରିଥିବା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)


