*ଓଡିଶା ମାଷ୍ଟର୍ସ 2025 ଉଦଯାପିତ….*** ଉନ୍ନତି ହୁଡ଼ା ହେଲେ ମହିଳା ଚମ୍ପିୟାନ, ରନର୍ସ ଅପ ହେଲେ ଇସାରାଣୀ ବରୁଆ..**ପୁରୁଷରେ ଚମ୍ପିୟାନ ହେଲେ କିରଣ ଜର୍ଜ…..

ଭୁବନେଶ୍ୱର / କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟେଡ଼ିଅମ ଠାରେ ଅନ୍ତର୍ଜାତୀୟ ବେଡ଼ମୀଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ 2025” ଉଦଯାପିତ ହୋଇଯାଇଛି l9 ତାରିଖ ରୁ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜlତିକ ପ୍ରତିଯୋଗିତା ର ପ୍ରତ୍ୟେକ ବର୍ଗ ର ଫାଇନାଲ ଖେଳ ମଧ୍ୟାହ୍ନ 1 ଘଣ୍ଟା ରେ ଆରମ୍ଭ ହୋଇଥିଲା…ମହିଳା ସିଙ୍ଗଲସ,ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂଡ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗ ର ଫାଇନାଲ ଖେଳ ଆଜି ଅନୁଷ୍ଠିତ ହୋଇ ଚମ୍ପିୟାନ ଓ ରନର୍ସ ଅପ ଖେଳାଳୀ ଙ୍କୁ ଟ୍ରଫି, ପୁରସ୍କାର ରାଶି ତଥା ଉପହାର ପ୍ରଦାନ କରାଯାଇଥିଲା lଖେଳାଯାଇ ଥିବା ପୁରୁଷ ଫାଇନାଲ ବେଷ ଚିତ୍ତାକର୍ଷକ ତଥା ସଂଘର୍ଷ ପୂର୍ଣ୍ଣ ଥିଲା l ଏହି ଫାନାଲ ଖେଳ ରେ ଭାରତ ର କିରଣ ଜର୍ଜ ଇଣ୍ଡୋନେସିଆ ଖେଳାଳୀ ମହମ୍ମଦ ଯୁସୁଫ ଙ୍କୁ 21,-14,13-21 ଓ 21-16 ପଏଣ୍ଟ ର ର ସଂଘର୍ଷ ପୂର୍ଣ୍ଣ ତିନୋଟି ଗେମ ରେ ହରାଇଚାମ୍ପିୟନ ହୋଇଛନ୍ତି lମହିଳା ଫାଇନାଲ ରେ ଟପ ସିଡ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା ନିଜ ଦେଶର ଇସାରାଣୀ ବରୂଆ ଙ୍କୁ ସିଧାସଳଖ 21-17,21-10 ପଏଣ୍ଟର ଦୁଇଟି ଗେମ ରେ ହରାଇ ଚମ୍ପିୟାନ ହୋଇଛନ୍ତି l ମିକ୍ସଡ଼ ଡବଲସ ଫାଇନାଲ ରେ ଇଣ୍ଡୋନେସିଆ ଯୋଡି ମାରୱାନ ଫାଜ଼ା ଓ ସାଥି ଆସ୍ୟାହ ପୂର୍ତ୍ତି ପ୍ରଣତା ନିଜ ଦେଶର ଡି. ଫେର୍ଡିନେନସି ଓ ବି. ୱାର୍ଡନା ଙ୍କୁ 21-15,ଓ 21-10 ପଏଣ୍ଟ ର ସିଧାସଳଖ ଦୁଇଟି ଗେମ ରେ ହରାଇ ଚମ୍ପିୟାନ ହୋଇଛନ୍ତି lମହିଳା ଡବଲସ ବିଭାଗ ଫାଇନାଲ ମେଚ ରେ ଟପ ସିଡ ବୁଲଗେରିଆ ଯୋଡି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫlନୀ ଷ୍ଟୋଭା ଏବଂ ମାଲେସିଆ ଯୋଡି ଅଙ୍ଗ ଜିନ ୟୀ ଓ ସାଥି କାର୍ମେନ ଟିଙ୍ଗ ଙ୍କ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବୁଲାଗେରିଆ ଯୋଡ଼ି ମାଲେସିଆ ଯୋଡ଼ି ଙ୍କୁ 21-19,21-14 ପଏଣ୍ଟ ର ଦୁଇଟି ଗେମ ରେ ହରାଇ ଚାମ୍ପିୟନ ହୋଇଛନ୍ତି l ପୁରୁଷ ଡବଲସ ଫାଇନାଲ ରେ ମାଲେସିଆ ଯୋଡି କଂଗ ଖାଇ ଜିଙ୍ଗ ଓ ସାଥି ଏରୋନ ତାଇ ଇଣ୍ଡୋନେସିଆ ର ଅଲି ରେହନ ଓ ଦେଭିନ ଅର୍ଥା ୱାହୁଡି ଙ୍କ ମଧ୍ୟ ରେ ବେଷ ସଂଘର୍ଷ ପୂର୍ଣ୍ଣ ଥିଲା l ଏଥିରେ ଇଣ୍ଡୋନେସିଆ ଯୋଡି ମାଲେସିଆ ଯୋଡିଙ୍କୁ 15-21,21-12 ଓ 21-16 ପଏଣ୍ଟ ର ତିନୋଟି ଗେମ ରେ ହରାଇ ଚମ୍ପିୟାନ ହୋଇଛନ୍ତି lଛଅ ଦିନ ବ୍ୟାପି ଚାଲିଥିବା ଆନ୍ତର୍ଜାତିକ ବେଡ଼ମୀଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ର ପରିଚାଳନା ପାଇଁ ଏକ ସାତ ଜଣିଆ ଅଫିସିଆଲ ଦଳରେ ଟୁର୍ନାମେଣ୍ଟ ଡାଇରେକଟର ଭାବେ ମାଲେସିଆ ର ବେଣୁ ଗୋପାଳ ମହାଲିଙ୍ଗମ, ରେଫରୀ ଭାବେ ସ୍ୱିଜରଲାଣ୍ଡ ମାନିକ ବସ୍ତିଏନ, ଡେପୁଟି ରେଫରୀ ଭାବେ ଇସ୍ତୋନିଆ ର ଅରତୁଲ ଯଲୁଜ଼ନୋଇ,ଲୋକାଲ ଡେପୁଟି ରେଫରୀ ଭାବେ ଭାରତ ର ମଞ୍ଜୁଷା ସହସ୍ରବୁଧେ, ମେଚ କଣ୍ଟ୍ରୋଲ ଭାବେ ଭାରତ ର ମିହିର ରତଞ୍ଜଙ୍କର ନିଯୁକ୍ତ ହୋଇଥିଲେ ପୁରସ୍କାର ବିତରଣସମୟ ରେ କ୍ରୀଡାସଚିବ ସଚିନ ଆର.ଯାଦବ, କ୍ରୀଡା ନିର୍ଦେଶକ ଡ଼. ବିଜୟ ୟେଦୁଲ୍ଲା,ଓସବା ସଭାପତି ରାଜେଶ ପ୍ରଭାକର ପାଟିଲ, ଶିଳ୍ପ ବିଭାଗ ନିର୍ଦେଶକ ସୁନୀଲ ଆବୋଲି ନର୍ବାଣେ,ଭାରତୀୟ ବେଡ଼ମୀଣ୍ଟନ ସଙ୍ଘ ସାଧାରଣ ସମ୍ପାଦକ ସଞ୍ଜୟ ମିଶ୍ର ଓସବା ସମ୍ପାଦକ ନିଲିନ କୁମାର ପ୍ରମୁଖ ଉପସ୍ଥିତ ଥିଲେ l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

