ଭାରତୀୟ ଯୋଗ ସଂସ୍ଥାନ ତୁରଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଆଜି ଭାରତୀୟ ଯୋଗ ସଂସ୍ଥାନ ଅନୁଗୁଳ ଯୋଗ ଜିଲ୍ଲାର ତୁରଙ୍ଗ ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ସ୍ଥାନୀୟ ଓଡିଶା ବ୍ରିଗେଡ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ସାଧକ, ସାଧିକା, ସମସ୍ତ ଯୋଗ ଶିକ୍ଷକ ବୃନ୍ଦ, ଜିଲ୍ଲା ଅଧିକାରୀ, କେନ୍ଦ୍ର ଅଧିକାରୀ, କ୍ଷେତ୍ର ଅଧିକାରୀ, କେନ୍ଦ୍ର ପ୍ରମୁଖ, ଉପ କେନ୍ଦ୍ର ପ୍ରମୁଖ ଙ୍କ ସହଯୋଗରେ ଖୁବ୍ ସୁନ୍ଦର୍ ଭାବରେ ହୋଇ ଯାଇଛି। ଏହି ସଂସ୍ଥା ସଂପୂର୍ଣ୍ଣ ନିଃଶୁଳ୍କ। ଅନୁଗୋଳ ଜିଲ୍ଲାରେ ସମୁଦାୟ 8 ଟି ଯୋଗ ସେଣ୍ଟର୍ ରେ ନିତ୍ୟ ପ୍ରାତଃ ଯୋଗାଭ୍ୟାସ କରାଯାଉଛି।ଯୋଗ ହେଉଛି ସମାଜ ସଂସ୍କାରର ଗୋଟିଏ ମାଧ୍ୟମ।ସମାଜସଂସ୍କର ପାଇଁ ଧୈଯ୍ୟ, ନିଷ୍ଠା, ନିରନ୍ତରତା ଆବଶ୍ୟକ। କୌଣସି ବ୍ୟକ୍ତିର ବା ସମାଜର ପରିବର୍ତ୍ତନ ଓ ରୂପାନ୍ତରଣ ତୁରନ୍ତ ହୋଇଯାଏ ନାହିଁ। ସଂସ୍କାର ମୂଳକ କାର୍ଯ୍ୟ ସର୍ବଦା ମନ୍ଥର ଗତିରେ ହୁଏ। ଧୀରେ ଧୀରେ ଲୋକ ଆସି ଏଥିରେ ଯୋଡ଼ି ହୁଅନ୍ତି। ତେଣୁ ଆମକୁ ଆମ ପ୍ରୟାସ ଧୈର୍ଯ୍ୟ ଓ ନିଷ୍ଠା ପୂର୍ବକ ନିରନ୍ତର କରିବାକୁ ହେବ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

