ଶ୍ରୀଅରବିନ୍ଦ ବିଜ୍ଞାନ ଉଚ୍ଚମଧ୍ଯମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
କଟକ, ତା.୧୪.୧୨.୨୫ରିଖ ମଧୁପାଟଣା ଅନ୍ତର୍ଗତ ଶ୍ରରାମ ନଗରସ୍ଥିତ “ ଶ୍ରୀଅରବିନ୍ଦ ସ୍କୁଲ ଅପ୍ ନିଉ ଥଟ୍” ଏବଂ “ ଶ୍ରୀଅରବିନ୍ଦ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ” ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଂସ୍କୃତ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ରାଜୀବ ନନ୍ଦ ସ୍ବାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ସୁଶ୍ରୀ ବାସନ୍ତୀ ଲେଙ୍କାଙ୍କ ସଭାପତିତ୍ୱରେ ସଂପାଦକ ମହୋଦୟ ଶ୍ରୀଯୁକ୍ତ କୁଳମଣି ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଖାଦ୍ୟ ଯୋଗାଣ ଓ ଖାଉ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନର ଜଯଯାତ୍ରା ବ୍ୟକ୍ତିକୈନ୍ଦ୍ରିକ ନ ହୋଇ ବିଶ୍ଵକୈନ୍ଦ୍ରିକ ହେଲେ ଆର୍ଯ୍ୟାବର୍ଭ ଭାରତବର୍ଷରେ ସମୃଦ୍ଧି ଓ ଶ୍ରୀବୃଦ୍ଧି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଫକୀ ମୋହନ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଶ୍ରୀଯୁକ୍ତ କୁମରବର ଦାସ ସାମାଜିକ ଅଧୋଗତି, ମୂଲ୍ୟବୋଧର ଅବକ୍ଷୟ ତଥା ଚାରିତ୍ରିକ ସ୍ଖଳନତା ଉପରେ ଗୁରୁତ୍ବ ଆରୋ କରିଥିଲେ । ସମ୍ମାନିତ ଅତିଥ ଭାବେ ଯୋଗଦେଇ ପୁରୀ । ଗୋବର୍ଦ୍ଧନ ପୀଠର ଆଦିତ୍ୟ ବା ମୁଖ୍ୟ ପଣ୍ଡିତ ମାତୃପ୍ରସାଦ ศิฐ ବିଦ୍ଯାର୍ଥୀମାନ ।ର୍ଥୀମାନଙ୍କର ଶିକ୍ଷା ସହିତ ସଂସ୍କାର, ସଂସ୍କୃତି ତଥା ଭାରତୀୟ ସଂସ୍କୃତିର ମହାନ ପରଂପରାକୁ ଉଜ୍ଜୀବିତ ରଖୁବାକୁ ସଦୁପରାମର୍ଶ ଦେଇଥିଲେ । ରାଷ୍ଟ୍ରବାଦୀ ପ୍ରବକ୍ତା ଶ୍ରୀଯୁକ୍ତ ଲଲାଟେନ୍ଦୁ ଟନ୍ଦୁ ବଡ଼ୁ ବଡ଼ୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ଅତୀତ ଜୀବନର ଇତିବୃତ୍ତକୁ ମନେପକାଇ ଜୀବନ ନିର୍ମାଣର ଆବଶ୍ୟକତା ରହିଛି ବୋଲି ବକ୍ତବ୍ୟ ରଖିଥିଲେ 1 । ଅନୁଷ୍ଠ ନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମାକାନ୍ତ ସାହୁ ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ ଛାତ୍ରୀମାନଙ୍କ ଦ୍ବାରା । ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।



