ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ଭତ୍ତା ବୃଦ୍ଧି ଦାବିରେ ଆଶାକର୍ମୀଙ୍କ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କଟକ-୧୫/୧୨-ଆଶାକର୍ମୀମାନଙ୍କର ଦୀର୍ଘ ଦିନର ଦାବି ପୂରଣ ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଥିଲା। ଆନ୍ଦୋଳନ ସମୟରେ ମାନ୍ୟବର ସ୍ଵାସ୍ଥ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ସହ ସଂଘର କର୍ମକର୍ତ୍ତାମାନେ ବହୁବାର ଦାବି ପୂରଣ ଦିଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଖୁବ୍ ଶୀଘ୍ର ଦାବିଗୁଡ଼ିକ ପୂରଣ କରାଯିବ ବୋଲି ସଂଘର କର୍ମକର୍ତ୍ତାମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଆଜି ସୁଦ୍ଧା ଆଶା କର୍ମଚାରୀମାନଙ୍କର କୌଣସି ଦାବି ପୂରଣ କରାଗଲା ନାହିଁ।ଯାହାର ଫଳରେ ଆଶା କର୍ମୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି।ଏଣୁ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, କଟକ ଜିଲ୍ଲା ତରଫରୁ ଆଜି କଟକ ଜିଲ୍ଲା ମୁଖ୍ୟ ଜିଲ୍ଲା ତ୍ସାଧୂକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।କଟକ ଜିଲ୍ଲା ମୁଖ୍ୟ କିତ୍ସାଧୂକାରୀଙ୍କ ଜରିଆରେ ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିଗୁଡ଼ିକ ମଧ୍ୟରେ – ଜାତୀୟ ସ୍ଵାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯିବା, ଆଶାକର୍ମୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ, ଯେପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇନାହିଁ, ସେମାନଙ୍କୁ ୧୮ ହଜାର ଟଙ୍କା ପ୍ରଦାନ କରାଯିବା, ଯୋଗ୍ୟତାଭିରିକ ଆଶାକର୍ମୀମାନଙ୍କୁ ପଦୋନ୍ନତି କରାଯିବା, ଆଶାକର୍ମୀମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବା, ଅବସର ନେଇଥିବା କର୍ମୀମାନଙ୍କୁ ଏକକାଳୀନ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ।ମାସିକା ୫ ହଜାର ଟଙ୍କା ପେନ୍ସନ୍ ଦିଆଯିବା,କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ଆଶା କର୍ମୀଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହିତ ପରିବାରର ଜଣଙ୍କୁ ନିଯୁକ୍ତି ଦିଆଯିବା, ଭତ୍ତା ପ୍ରଦାନ, ମାସିକ ସୁନିଶ୍ଚିତ ଭତ୍ତା ପରିବର୍ତ୍ତେ ଭତ୍ତା ଧାର୍ଯ୍ୟ କରିବା, ବିଭିନ୍ନ ପ୍ରୋତ୍ସାହନ ରାଶିକୁ ମାସିକ ସୁନିଶ୍ଚିତ ଭତ୍ତା ସହ ଯୋଗ କରି ଭତ୍ତା ପ୍ରଦାନ, ଅବସର ପ୍ରାପ୍ତ ବୟସ ସୀମା ୬୫ ବର୍ଷକୁ ବୃଦ୍ଧି କରାଯିବା ଅନ୍ତର୍ଭୁକ୍ତ ଅଟେ।ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘର ବରିଷ୍ଠ କର୍ମକର୍ତ୍ତା ଚସନ୍ତ କୁମାର ସାହୁ,ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, କଟକ ଜିଲ୍ଲା ସମ୍ପାଦିକା ଲକ୍ଷ୍ମୀପ୍ରିୟା ସାହୁ,ଲକ୍ଷ୍ମୀପ୍ରିୟା ସାହୁ ସମ୍ପାଦିକା, କଟକ ଜିଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ।



