ନୂଆଦିଲ୍ଲୀ : ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ ପାସ୍ ହୋଇଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ) ବା ‘VB G-RAM-G ’ ବିଲ୍ ୨୦୨୫ । ଲୋକସଭାରେ ଗୃହୀତ ହେଲା VB-G RAM G ବିଲ୍ । ବିରୋଧୀଙ୍କ ଦୃଢ଼ ପ୍ରତିବାଦ ଭିତର ଲୋକସଭାରେ ପାସ୍ ହୋଇଛି ବିଲ୍ । ଏପରିକି ଏହି ବିଲ୍ ପ୍ରତ୍ୟାହାର କରିବାକୁ ଦୃଢ଼ ଦାବି କରିଥିଲେ ବିରୋଧୀ ।ମହାତ୍ମାଗାନ୍ଧୀଙ୍କୁ ଏହା ଅସମ୍ମାନ ବୋଲି କହିଥିଲେ । ବିରୋଧୀଙ୍କ ପ୍ରତିବାଦ ଭିତରେ ପାସ୍ ହୋଇଛି VB-G RAM G ବିଲ୍ । MGNREGA ନାଁ ବଦଳାଇ VB-G RAM G କରିବା ଜାତିର ପିତାଙ୍କୁ ସରକାରଙ୍କ ଅସମ୍ମାନ ବୋଲି ବିରୋଧୀ କହିଛନ୍ତି । ଜବାବରେ କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ କହିଛନ୍ତି, ୨୦୦୯ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ା ଯାଇଥିଲା । ପ୍ରଥମେ ଏହି ଯୋଜନା ସହ ମହତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ା ଯାଇନଥିଲା । ଏହି ଯୋଜନାରେ ଏଣିକି ୧୨୫ ଦିନର କାମ ମିଳିବ । ପୂର୍ବରୁ ମନରେଗା ଯୋଜନାରେ ବର୍ଷକୁ ଅତିକମରେ ୧୦୦ ଦିନ କାମର ଗ୍ୟାରେଣ୍ଟି ଥିଲା । ନୂଆ ଆଇନରେ ଏହାକୁ ବଢ଼ାଇ ୧୨୫ ଦିନ କରାଯାଇଛି । ଅର୍ଥାତ ଶ୍ରମିକମାନେ ବର୍ଷକୁ ଅଧିକ ୨୫ ଦିନର କାମ ପାଇପାରିବେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-1-scaled.jpg)


