ମା’ ତାରେଣୀଙ୍କ ପୀଠରେ ଚିତାଲାଗି ଅମାବାସ୍ୟାର ବିଶେଷ ପୂଜା
ଢେଙ୍କାନାଳ: ଚିତାଲାଗି ଅମାବାସ୍ୟା ଅବସରରେ ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ୍ ସ୍ଥିତ ମା’ ତାରେଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଛି ବିଶେଷ ପୂଜାର୍ଚ୍ଚନା।
ପ୍ରାତଃ ସମୟରୁ ମା’ଙ୍କ ମଙ୍ଗଳ ଆଳତି ଓ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ନୂତନ ବସ୍ତ୍ର ଲାଗି କରାଯାଇଥିଲା। ପରେ ବିଭିନ୍ନ ପ୍ରକାରର ପୁଷ୍ପହାରରେ ମା’ଙ୍କୁ ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯିବା ସହ ଭକ୍ତି ଓ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଦିନତମାମ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା।
ସନ୍ଧ୍ୟା ସମୟରେ ମା’ଙ୍କ ସନ୍ଧ୍ୟା ଆଳତି ଅନୁଷ୍ଠିତ ହେବା ପରେ ରାତ୍ରିରେ ପହଡ଼ ନୀତି ସମ୍ପନ୍ନ ହେବ। ପୂଜକ ଆପୁଲ୍ ରଣାଙ୍କ ଦ୍ୱାରା ସମସ୍ତ ପୂଜା ଓ ନୀତିକାନ୍ତି ସମ୍ପାଦନ କରାଯାଇଥିଲା।
ଚିତାଲାଗି ଅମାବାସ୍ୟା ଅବସରରେ ମା’ ତାରେଣୀଙ୍କ ପୀଠରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।



