ଭୁବନେଶ୍ବର – ଜଙ୍ଗଲ ବିଭାଗର ‘ଥାର୍’ କିଣା ଓ ମୋଡିଫିକେସନ୍ର ହେବ ସ୍ୱତନ୍ତ୍ର ଅଡିଟ୍ । ଏ ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି ଯେ ପୂରା ଗାଡ଼ି କିଣା ପ୍ରକ୍ରିୟା ଓ ରୂପାନ୍ତରକୁ ତଦନ୍ତ ପରିସରଭୁକ୍ତ କରାଯିବ । PCCFଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯିବ ସ୍ୱତନ୍ତ୍ର ଅଡିଟ୍ । ସବୁ ଗାଡ଼ି ପିସିସିଏଫ୍ ଅଧୀନରେ ରହିଛି, ଅଧିକ ଖର୍ଚ୍ଚର ତଦନ୍ତ ହେବ। ୭ କୋଟି ଟଙ୍କାରେ ୫୧ଟି ଥାର୍ କିଣିଥିଲା ଜଙ୍ଗଲ ବିଭାଗ । ହେଲେ ମୋଡିଫିକେସନରେ ଖର୍ଚ୍ଚ ହୋଇଥିଲା ୫ କୋଟି ଟଙ୍କା ।ସୂଚନା ଯୋଗ୍ୟ; ଜଙ୍ଗଲ ଭିତରେ ପେଟ୍ରୋଲିଂ କରିବା ପାଇଁ ଜଙ୍ଗଲ ବିଭାଗ କିଣିଛି ଥର୍ ଗାଡ଼ି । ୫୧ଟି ଗାଡ଼ିକୁ ୭ କୋଟିରେ କିଣାଯାଇଛି। ଅର୍ଥାତ୍ ଗୋଟିଏ ଗାଡ଼ିର କିଣା ମୂଲ୍ୟ ୨୪ ଲକ୍ଷରୁ ଅଧିକ ଟଙ୍କା । ତେବେ ଏହି ଥାର ଗାଡି କିଣାରେ ଖର୍ଚ୍ଚ ଠାରୁ ଆରମ୍ଭ କରି ଏହାର ମୋଡିଫିକେସନ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା ଟଙ୍କାକୁ ନେଇ ଉଠିଛି ପ୍ରଶ୍ନ | ୫୧ଟି ମହିନ୍ଦ୍ରା ଥର ଗାଡି କିଣିବା ପାଇଁ ୭ କୋଟି ୧୪ ଲକ୍ଷ ୭୦ ହଜାର ୨୭୮ ଟଙ୍କା ଖର୍ଚ୍ଚ ହୋଇଥିଲା | ଆଉ ଏସବୁ ଗାଡ଼ିର ମୋଡିଫିକେସନ ବାବଦରେ ୫ କୋଟି ୨ ଲକ୍ଷ ୪୭ ହଜାର୬୯୬ ଟଙ୍କା ଖର୍ଚ୍ଚ ହୋଇଛି |
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


