ବର୍ଷିଆନ ଶ୍ରମିକ ନେତା ସ୍ବର୍ଗତ ଦ୍ୱାରିକା ମୋହନ ମିଶ୍ର ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ !

ତାଳଚେର ପ୍ରେସ କ୍ଲବ ଆନୁକୂଲ୍ୟରେ ଆଜି ବିଶିଷ୍ଟ ଶ୍ରମିକ ନେତା ତଥା ଆଧ୍ୟାତ୍ମିକ ପୁରୁଷ ସମାଜ କଲ୍ୟାଣକାରୀ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିଥିବା ତାଳଚେର ମାଟିର ସଂଗ୍ରାମୀ ନେତା ସ୍ବର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କର ତୃତୀୟ ଶ୍ରାଦ୍ଧ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି ଏହି ଶ୍ରଦ୍ଧ ବର୍ଷକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଯୋଗ ଦେଇ ସ୍ବର୍ଗତ ଦ୍ୱାରିକା ମୋହନ ମିଶ୍ର ଜଣେ ସାଲିସ ବିହୀନ ସଂଗ୍ରାମୀ ନେତା ଥିଲେ ଏବଂ ତାଙ୍କ ନିର୍ଭିକତା କାର୍ଯ୍ୟ ତାହା ପ୍ରେରଣା ଦାୟକ ବୋଲି ମତ ବ୍ୟକ୍ତ କରିଥିଲେ ସେହିପରି ଅନ୍ୟ ଅଥିତି ମାନେ ମଧ୍ୟ ଦିବଂଗତ ଶ୍ରମିକ ନେତା ସ୍ବର୍ଗତ ମିଶ୍ରଙ୍କ ଜୀବନୀ ଆଦର୍ଶ କୁ ମାନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ !
ଉକ୍ତ ଶ୍ରଦ୍ଧାଞ୍ଜଳି ସଭାକୁ ସଂଚାଳନ କରିଥିବା ପ୍ରେସ କ୍ଲବ ସାଧାରଣ ସମ୍ପାଦକ ଡ଼ଃ ରଶ୍ମି ରଞ୍ଜନ ମିଶ୍ର, ପ୍ରେସ କ୍ଲବ ସଭାପତି ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ, ପୂର୍ବତନ ନଗରପାଳ ଶ୍ରୀଯୁକ୍ତ କେଶବ ଭୂତିଆ ତାଳଚେର ଓକିଲ ସଂଘ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ଶ୍ରମିକ ନେତା ଦିଗାମ୍ବର ଗଡ଼ନାୟକ, ସମାଜସେବୀ ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ସୃତିଚାରଣ କରିଥିଲେ ଏବଂ ପରି ଶେଷରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଦେବୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ !




