ମାଓନେତା ଗଣେଶ ନିହତ
ଭୁବନେଶ୍ବର: ଯବାନଙ୍କ ଗୁଳିରେ ଟଳିଲା ଟପ୍ ମାଓନେତା ଗଣେଶ ନିହତ ହୋଇଥିବା ଜଣାପଡ଼ିଛି। କନ୍ଧମାଳ ଚକାପାଦ ଥାନା ରମ୍ଭା ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ମାଓ ନେତା ଗଣେଶ ସହ ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ। ନିହତ ୪ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଓ ୨ ଜଣ ପୁରୁଷ। ସେଣ୍ଟ୍ରାଲ କମିଟି ମେମ୍ବର ୬୯ ବର୍ଷୀୟ ଗଣେଶ ଉଇକେ ନିହତ ହୋଇଛନ୍ତି। ଗଣେଶ ନାଁରେ ଥିଲା ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି।



