ଢେଙ୍କାନାଳ ବାପ୍ଟିଷ୍ଟ ଚର୍ଚ୍ଚ ପକ୍ଷରୁ ବଡଦିନ ପାଳନ

ଢେଙ୍କାନାଳ, ୨୫୧୨ : ଡିସେମ୍ବର ୨୫ ପ୍ରଭୁ ଯୀଶୁଙ୍କର ଜନ୍ମଦିନକୁ ସାରା ଜଗତରେ ସମସ୍ତେ ବଡଦିନ ଭାବେ ଉତ୍ସାହର ସହିତ ପାଳନ କରୁଛନ୍ତି । ଆଜି ଢେଙ୍କାନାଳ ବାପ୍ଟିଷ୍ଟ ଚର୍ଚ୍ଚରେ ପ୍ରତ୍ୟେକ ବିଶ୍ବାସୀ, ବିସାସିନୀ, ଭାଇଭଉଣୀମାନେ ଏକାଠି ହୋଇ ପ୍ରଭୁ ଯୀଶୁଙ୍କର ଜନ୍ମଦିନ ପାଳନ କରିବା ସହିତ ତାଙ୍କର ଗୌରବ ମହିମା, ଧନ୍ୟବାଦ ଓ ଉପାସନା କରିବାର ସୁନ୍ଦର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି । ଆଜିର ଏହି ପବିତ୍ର ଉପାସନାରେ ମୁଖ୍ୟବକ୍ତା ଭାବେ ଆଚାର୍ଯ୍ୟ ମହୀପାଲ ବାଗ୍ ବରଗଡରୁ ଆସି ସମସ୍ତଙ୍କୁ ପ୍ରଭୁ ଜୀଶୁଙ୍କର ଅନେକ ମହତବାଣୀ ପ୍ରକାଶ କରିଥିଲେ । ପ୍ରଭୁ ଯୀଶୁ ଏହି ଜଗତକୁ ଆସିବାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ତାହାଙ୍କୁ ଲୋକମାନଙ୍କୁ କହିଥିଲେ । ଏହି ସମସ୍ତ ଉପାସନାରେ ଚର୍ଚ୍ଚର ସମସ୍ତ ବିଶ୍ବାସୀ, ବିଶ୍ବାସିନୀମାନେ ଉପସ୍ଥିତ ହେବା ସଙ୍ଗେ ସଙ୍ଗେ ଚର୍ଚ୍ଚର କର୍ମକର୍ତାମାନେ ଉପସ୍ଥିତ ଥିଲେ। ସଭାପତି ପ୍ରେମାନନ୍ଦ ବିହାରୀ, ଉପଦେଷ୍ଟା ସୁଶାନ୍ତ କୁମାର ବେହେରା, ରବିନ୍ ଚନ୍ଦ୍ର ନାୟକ, ସମ୍ପାଦକ ଅଭୟାନନ୍ଦ ବିହାରୀ, କୋଷାଧ୍ଯକ୍ଷ ଅମରେନ୍ଦ୍ର ନାୟକ ଏବଂ ଏହି ଉପାସନାକୁ ପରିଚାଳନା କରିଥିଲେ। ରବିନ୍ ଚନ୍ଦ୍ର ନାୟକ ଏବଂ ମଣ୍ଡଳୀର ପାଷ୍ଟର ପ୍ରାର୍ଥନା କରିଥିଲେ ।



