ସମ୍ବଲପୁର : ବୀର ମାଟି କୁଦୋପାଲିରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ତ୍ରିରଙ୍ଗା ଯାତ୍ରା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସିନ୍ଦୁରପଙ୍କ ଛକ ନିକଟରେ ଏକ ସହିଦ ଗେଟକୁ ଉଦଘାଟନ କରିଥିଲେ l ଏହାପରେ ଏକ ଆଦର୍ଶ ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ଉଦଘାଟନ କରିଥିଲେ l ଅଙ୍ଗନବାଡିରେ ଛୁଆ ମାନଙ୍କୁ ଫଳ ବଣ୍ଟନ କରିଥିଲେ l ଏହାପରେ କୁଦୋପାଲି ପ୍ରାଇମେରୀ ସ୍କୁଲରୁ ତ୍ରିରଙ୍ଗା ପଦଯାତ୍ରା କରାଯାଇଥିଲା । ଆସନ୍ତାକାଲି ପାଳନ ହେବାକୁ ଥିବା ସହିଦ ଦିବସର ପ୍ରସ୍ତୁତି ସ୍ୱରୂପ ଏହି ପଦଯାତ୍ରା କରାଯାଇଛି । ଏହା ସହ କୁଦୋପାଲି ସହିଦ ସ୍ଥମ୍ଭ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

