ଭାରସାମ୍ୟ ହରାଇ କ୍ଲବ ଘରେ ପଶିଗଲା ଧାନ ବୋଝେଇ ଟ୍ରାକ୍ଟର, ଭୁଷୁଡ଼ି ପଡ଼ିଛି କ୍ଳବର ଆଗଭାଗ
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡରେ ଭାରସାମ୍ୟ ହରାଇ କ୍ଲବ ଘରେ ପଶିଗଲା ଧାନ ବୋଝେଇ ଟ୍ରାକ୍ଟର । ସୂଚନା ଅନୁଯାୟୀ ଚମ୍ପୁଆ ବ୍ଲକ୍ ବାରିଆ ଥାନା ଅନ୍ତର୍ଗତ ବାଙ୍କିଆ ଗାଁରେ ଏହି ଘଟିଛି ଏହି ଦୁର୍ଘଟଣା। ଧାନ ବୋଝେଇ ଟ୍ରାକ୍ଟରଟି ନିକଟସ୍ଥ ରାଇସ୍ ମିଲ୍ କୁ ଯାଉଥିବା ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସିଥିଲା, ଯାହାଫଳରେ ଏହି ଦୁର୍ଘଟଣା ଘଟିଥିବା ନେଇ ଆଲୋଚନା ହୁଏ। ଦୁର୍ଘଟଣା ଫଳରେ କ୍ଳବ୍ ଘର ଆଗଭାଗ ଭୁଷୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ସୌଭାଗ୍ୟ ବଶତଃ ଦୁର୍ଘଟଣା ସମୟରେ ଉକ୍ତ କ୍ଳବ୍ ଘରେ କେହି ନଥିଲେ, ଯାହା ଫଳରେ କୌଣସି ପ୍ରକାରର ବଡ଼ ଅଘଟଣ ଘଟିବାରୁ ବର୍ତୀ ଯାଇଛି। ଦୁର୍ଘଟଣା ଘଟାଇବା ପରେ ଘଟଣା ସ୍ଥଳରୁ ଟ୍ରାକ୍ଟର ଛାଡ଼ି ଡ୍ରାଇଭର ଫେରାର୍ ହୋଇଯାଇଛି । ତେବେ ସଂପୃକ୍ତ ଡ୍ରାଇଭରଙ୍କ ଦୃତ ଗତିରେ ଓ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଦୁର୍ଘଟଣାର କାରଣ ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



