ଜୁନାଗଡ଼ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ମିଡିଆ କ୍ଲବର ବ୍ୟାନର ଚିରିଲେ ଦୁର୍ବୁତ୍ତ
ଜୁନାଗଡ଼,୫।୧()-କଳାହାଣ୍ଡି ଜିଲା ଜୁନାଗଡ଼ରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି।ଯାହାକୁ ନେଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉଦବେଗ ପ୍ରକାଶ ପାଇଛି। ଲୋକଙ୍କ ସୁରକ୍ଷା ପାଇଁ ଥିବା ପୋଲିସ ସତେ ଯେମିତି ସବୁ ଜାଣି ନ ଜାଣିଲା ଭଳି ଚୁପ ରହୁଥିବାରୁ ବିଭିନ୍ନ ସମୟରେ ଅପ୍ରତିକର ସ୍ଥିତି ସାମ୍ନାକୁ ଆସୁଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ଲାଗିଥିବା ଜୁନାଗଡ଼ ମିଡିଆ କ୍ଲବର ବ୍ୟାନର କୁ ରବିବାର ବିଲମ୍ବିତ ରାତ୍ରିରେ କେହି ଦୁର୍ବୁତ୍ତ ଚିରି ଦେବା ଭଳି ଘଟଣା ଆଲୋଡନ ସୃଷ୍ଟି କରିଛି। ଏହାକୁ ନେଇ ମିଡିଆ କ୍ଳବ ପକ୍ଷରୁ ମିଡ଼ିଆ କ୍ଲବର ଉପଦେଷ୍ଟା ଶ୍ରୀ ମୁକେଶ ଅଗ୍ରୱାଲ, ଉତ୍ତମ କୁମାର ଦାସ, ସଭାପତି ଶ୍ରୀ ଆଦିତ୍ୟ ମହାନ୍ତି, କାର୍ଯ୍ୟ କାରୀ ସଭାପତି ଶ୍ରୀ ଦୁର୍ଯ୍ୟୋଧନ ମାଝୀ, ଉପସଭାପତି ପୁର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ବିଜୟ ଦଣ୍ଡସେନା, କୋଷାଧ୍ୟକ୍ଷ ସ୍ଵାସ୍ତିଦୀପ ଆଦିତ୍ୟ, ଜିତେନ୍ଦ୍ର ମେହେର, ଗଣେଶ ବାଣୁଆ,ପ୍ରମୁଖ ଉପସ୍ଥିତ ରହି ସୋମବାର ଜୁନାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କ୍ଳବ ପକ୍ଷରୁ ଦାବି କରାଯାଇଛି। ଅଭିଯୋଗ ପରେ ଜୁନାଗଡ଼ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ,ମିଡିଆ କ୍ଳବ ଜୁନାଗଡ଼ ଅଞ୍ଚଳରେ ହେଉଥିବା ଏସଏଚଜିକୁ ଢାଲ କରି ଧାନ କିଣା ଦୁର୍ନୀତି ଛତୁଆ,ପିଡ଼ିଏସ ଦୁର୍ନୀତି ସରକାରୀ ଜାଗା ଜବର ଦଖଲ କରିଥିବା ବ୍ୟକ୍ତି ଉପରେ ସ୍ୱର ଉଠାଉଛି। ଯାହାକୁ ନେଇଁ କିଛି ଭଦ୍ର ମୁଖା ସମାଜସେବୀ ସହି ନ ପାରି ଏହିପରି ହୀନ କାମ କରୁଥିବା ସନ୍ଦେହ କରାଯାଉଛି। ଏପରିକି ଗଣ ମାଧ୍ୟମର ସ୍ୱର ଚପାଇ ଦେବା ପାଇଁ ଫୋନରେ ମଧ୍ୟ ଲୋକ ଲଗେଇ ଧମକ ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଆଗାମୀ ଦିନରେ ମଧ୍ୟ ଏହି ମାଫିଆଙ୍କ ଦୁର୍ନୀତିକୁ ନେଇଁ ମିଡିଆ କ୍ଳବ ସ୍ୱର ଉଠାଇବ ବୋଲି କ୍ଳବ ପକ୍ଷରୁ କୁହାଯାଇଛି। କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



