
ଦୃର୍ବୁତ୍ତଙ୍କ ଦୌରାତ୍ମ୍ୟ,ଶିରିଡ଼ି ସାଇବାବା ମନ୍ଦିର ରେ କଳା କନା ବୁଲାଇଲେ ଦୁବୃର୍ତ୍ତ
ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ରେ ତାଲା ଭାଙ୍ଗି ଶିରିଡ଼ି ସାଇବାବା ମନ୍ଦିର ରୁ ଚୋରୀ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଶାନ୍ତି ନଗର ପାର୍ଶ ରେ ଥିବା ଶିରିଡ଼ି ସାଇ ବାବା ମନ୍ଦିରରୁ ବିଳମ୍ବିତ ରାତ୍ରୀରେ କେହି ଦୃର୍ବୁତ୍ତ ତାଲା ଭାଙ୍ଗି ଚୋରୀ କରିଥିବା ନେଇ ବଲାଣୀ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ନେଇ ସୂଚନା।

ସୂଚନା ଯୋଗ୍ୟ ଯେ ବିଳମ୍ବିତ ରାତ୍ରୀରେ ମନ୍ଦିର ରେ କେହି ରହୁନଥିବା ଜାଣି ଓ ଏହାର ସୁଯୋଗ ନେଇ ମନ୍ଦିର ତାଲାକୁ ଭାଙ୍ଗି ସାଇ ବାବାଙ୍କ ପୂଜା ନିମନ୍ତେ ବ୍ୟବହୃତ କଂସା ବାସନ, ଦାନ ବାକ୍ସ ରେ ଥିବା ଟଙ୍କା ଏବଂ ଆସନ୍ତା ୨୨ ତାରିଖରେ ପୂଜା ନିମନ୍ତେ ରଖା ଯାଇଥିବା ନଗଦ ୪୫ ହଜାର ଟଙ୍କା ଚୋରୀ କରି ନେଇଥିବା କହିଛନ୍ତି ସାଇବାବା ମନ୍ଦିରର ପୂଜକ। କିଛି ଦିନ ପୂର୍ବରୁ ମଧ୍ୟ ଏହି ମନ୍ଦିର ରୁ ଚୋରୀ ହୋଇଥିବା ନେଇ ସୂଚନା। ତେବେ ଶାନ୍ତି ନଗର ଅଞ୍ଚଳରେ ଦିନକୁ ଦିନ ଚୋରୀ ସଂଖ୍ୟା ବଢି ଚାଲିଥିବା ବେଳେ ଏଭଳି କାରବାର ରେ ସଂପୃକ୍ତ ଥିବା ଚୋରକୁ ଏଯାଏଁ ଧରା ଯାଇପାରିନଥିବା ରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି। ଏହି ଅଞ୍ଚଳରେ ପ୍ରାୟ ସମୟରେ ଚୋରୀ ହେଉଥିବାରୁ ଆଖ ପାଖ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ତେବେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍ ।




