ଶିଳ୍ପ ବିପର୍ଯ୍ୟୟ ପ୍ରସ୍ତୁତିର ତଦାରଖ ପାଇଁ ଅନୁଗୁଳରେ ଜରୁରୀକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ
ଅନୁଗୁଳ, ଜାନୁଆରୀ ୧୦, ୨୦୨୬:ଛେଣ୍ଡିପଦା ରୋଡ୍ ସ୍ଥିତ ନିଶା ନିକଟରେ ଏକ ପୂର୍ଣ୍ଣାଙ୍ଗ ଜରୁରୀକାଳୀନ ମକ୍ ଡ୍ରିଲ୍, ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।
ଶିଳ୍ପ ଗୁଡ଼ିକ ଜରୁରୀକାଳୀନ ସମୟରେ ଯୋଗାଯୋଗ ବ୍ୟବସ୍ଥା, ଜରୁରୀକାଳୀନ ଯନ୍ତ୍ରପାତି, ସମ୍ବଳ ସଂଗ୍ରହ ଏବଂ ଆନ୍ତଃ-ଏଜେନ୍ସି ସମନ୍ୱୟର ପ୍ରଭାବଶାଳୀ ମୂଲ୍ୟାଙ୍କନ କରିବା ଉଦ୍ଦେଶ୍ୟରେ ଡିସଟ୍ରିକ୍ଟ ଅଫ୍-ସାଇଟ୍ ଏମର୍ଜେନ୍ସି ରେସପନ୍ସ ପ୍ଲାନ୍ (ଓଇଆରପି) ଅନୁଯାୟୀ ଏହି ଅଭ୍ୟାସ କରାଯାଇଥିଲା।
ଏହି ମକ୍ ଡ୍ରିଲରେ ଅନୁଗୁଳ ଡିଭିଜନର କାରଖାନା ଏବଂ ବଏଲର୍ସର ଉପନିର୍ଦ୍ଦେଶକ ଡକ୍ଟର ରମେଶ ଚନ୍ଦ୍ର ବେହେରା; ଅନୁଗୁଳ ଜୋନ୍-୧ର କାରଖାନା ଏବଂ ବଏଲର୍ସର ସହାୟକ ନିର୍ଦ୍ଦେଶକ ଶ୍ରୀ ମନୋଜ ମିଶ୍ର; ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ମଲ୍ଲିକ; ଏବଂ ଛେଣ୍ଡିପଦାର ସହକାରୀ ଶ୍ରମ ଅଧିକାରୀ କୁମାରୀ ପଦ୍ମଜା ସାହୁ ପ୍ରମୁଖ ଅଧିକାରୀ ସାମିଲ ହୋଇଥିଲେ।
ସେହିପରି ଶିଳ୍ପାନୁଷ୍ଠାନ ପକ୍ଷରୁ ଜିନ୍ଦଲ ଷ୍ଟିଲର ସେପ୍ଟି ମୁଖ୍ୟ(ଅନୁଗୁଳ) ଶ୍ରୀ ଜିତେନ୍ଦ୍ର ପରିଡା, ଏସବିବିପିପି ପ୍ଲାଣ୍ଟ ମୁଖ୍ୟ (ଏଚଓପି) ଶ୍ରୀ ଗଜେନ୍ଦ୍ର ରାୱତ ଏବଂ ଏସବିପିପିର ପରିଚାଳନା ଏବଂ ରକ୍ଷଣାବେକ୍ଷଣ (ଓ ଆଣ୍ଡ ଏମ) ମୁଖ୍ୟ ଶ୍ରୀ ୟୁ. ଭି. ଏମ୍. ରାଓଙ୍କ ସମେତ ଜିନ୍ଦଲ ଷ୍ଟିଲ୍ ଏବଂ ନିକଟବର୍ତ୍ତୀ ଶିଳ୍ପର ପ୍ରତିନିଧିମାନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି ଡ୍ରିଲ୍ରେ ଅଂଶଗ୍ରହଣ କରିଥିଲେ।
ଏହି ମକ୍ ଡ୍ରିଲ୍ ଜିନ୍ଦଲ ଷ୍ଟିଲ୍ ଦ୍ୱାରା ଅନୁଗୁଳର କାରଖାନା ଏବଂ ବଏଲର୍ସ ନିର୍ଦ୍ଦେଶାଳୟର ତତ୍ତ୍ୱାବଧାନ ଏବଂ ମାର୍ଗଦର୍ଶନରେ ଆୟୋଜିତ ହୋଇଥିଲା।
ଜରୁରୀକାଳୀନ ପରିସ୍ଥିତି ସମୟରେ ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏଭଳି ଏକ ପ୍ରୟାସ କରାଯାଇଥିଲା। ଯାହା ଫଳରେ ଆଗକୁ ପ୍ରସ୍ତୁତି ସହ ଅସୁବିଧାଗୁଡିକର ଚିହ୍ନଟ କରାଯାଇପାରିବ।



