୨୬ତମ ଆଶା ଫାଉଣ୍ଡେସନ ଦିବସ ଓ ଏନ୍ ସି ଡ଼ି ଏ ର ୯ବମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅନୁଗୋଳ/ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଆଶା ଟକିଜ୍ କମ୍ପ୍ଲେକ୍ସ ଠାରେ ରବିବାର ୨୬ତମ ଆଶା ଫାଉଣ୍ଡେସନ ଦିବସ ଓ ଏନ୍ ସି ଡ଼ି ଏ ର ୯ବମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ବିଭିନ୍ନ ପ୍ରକାର ନୃତ୍ୟ, ଝୋଟି, ରାଙ୍ଗୋଲି, ଗୃହଲକ୍ଷ୍ମୀ, ଚିତ୍ରାଙ୍କନ ପ୍ରତିଯୋଗିତାରେ ବହୁ କୁନି କୁନି, ବାଳିକା ବାଳକ କଳାକାର ସୋଲ ଓ ଗ୍ରୁପ୍ ଡାନ୍ସ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ। ଏଥିରେ କଳାକାର ମାନଙ୍କର ଚିତ୍ତାକର୍ଷକ ପ୍ରଦର୍ଶନରେ ଦର୍ଶକ ବିମୋହିତ ହୋଇଯାଇଥିଲେ। ଉଦଯାପନୀ ଉତ୍ସବରେ ନିଉ କ୍ରିଏସନ୍ ଡାନ୍ସ ଏକାଡେମୀର କଳାକାରମାନଙ୍କର ପ୍ରଦର୍ଶନ ରେ ଓ ନାଚରେ ବେଶ୍ ଦର୍ଶକ ଝୁମି ଉଠିଥିଲେ। ଉତ୍ସବର ସନ୍ଧ୍ୟାରେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ଓ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ l ସମ୍ମାନିତ ଅତିଥି ଭାବେ ବଅଁରପାଳ ବ୍ଲକ ବିଡିଓ ଶ୍ରୀ ଲୋଚନ ଦାସ ଯୋଗଦେଇ ଥିଲେ। ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗଡତଳ କଲେଜ ପ୍ରିନ୍ସିପଲ୍ ଶ୍ରୀ ନରେନ୍ଦ୍ର କୁମାର ପାଇକରାୟ ଯୋଗଦେଇ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ। ଅତିଥି ବିଜେପି ଜିଲ୍ଲା ସେକ୍ରେଟାରୀ ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ୨୭ନମ୍ୱର ଜୋନ ବିଜେପି ମଣ୍ଡଳ ସଭାପତି ସୁବ୍ରତ କୁମାର ସାହୁ, ଗକୁଳି ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ବିଧାୟକ ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଥିଲେ ଯେ ଏପରି ଏକ ସଂସ୍ଥା ନ ଥିଲେ ଏଭଳି ପ୍ରତିଭା ଆମ ଅଞ୍ଚଳରେ ଦେଖିବାକୁ ମିଳି ନ ଥାନ୍ତା। ତେଣୁ ଆଶା ଟକିଜ୍ ର ଅଧକ୍ଷ ଶ୍ରୀ ପଙ୍କଜ କୁମାର ସାମଲଙ୍କୁ ପ୍ରଶଂସା ରେ ପୋତି ପକାଇଥିଲେ। ଏନ୍ ସି ଡ଼ି ଏ ର ନୃତ୍ୟ ଗୁରୁଜୀ ଓ ଗୁରୁମା ଙ୍କୁ ଏଥିପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଥିଲେ। ଅନୁଗୋଳ ନିର୍ବାଚନ ମଣ୍ଡଳୀରେ କିପରି ମନ୍ଦିର ଓ ରାସ୍ତା ଘାଟ ତଥା ଆଲୋକିକରଣ କରାଯାଉଛି ତାହାର ବିସ୍ତ୍ରୁତ ବିବରଣୀ ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ପ୍ରଧାନ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ତଥା ପ୍ରତିଯୋଗୀ ମନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ବିଡିଓ ଶ୍ରୀ ଲୋଚନ ସାମଲ କହିଥିଲେ ଯେ ଏପରି ଡାନ୍ସ ମାଧ୍ୟମରେ ଆମ ଅଞ୍ଚଳର ସୁନାମ ବିଭିନ୍ନ ପ୍ରାନ୍ତରେ ବିଜୟ ବାନା ବାନ୍ଧିବ। ଆଶା ଫାଉଣ୍ଡେସନ ଓନର୍ ଶ୍ରୀ ପଙ୍କଜ ସାମଲ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ଏ ଅଂଚଳର ପିଇବା ପାଣି ସମସ୍ୟା କୁ ସୁଧାରିବା ପାଇଁ ବିଧାୟକଙ୍କ ସହଯୋଗ ଲୋଡିଥିଲେ। ଆଶା ଫାଉଣ୍ଡେସନ ପକ୍ଷରୁ ସମସ୍ତଙ୍କ ପାଇଁ ଟିଫିନ୍ ଓ ରାତ୍ରୀଭୋଜନର ବ୍ୟବସ୍ଥା କରଯାଇଥିଲା।



