*ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ଶପଥ :*

ବରଗଡ:(ପବିତ୍ର ମେହେର) ସମାଜର ଆବଶ୍ୟକତା ଦୃଷ୍ଟିରୁ ଉନ୍ନତ ଜ୍ଞାନ କୌଶଳ ପ୍ରଯୋଗ ଦ୍ବାରା ବର୍ତ୍ତମାନ ଓ ଆଗାମୀ ପୀଢ଼ିର ବ୍ଯବହାର ନିମନ୍ତେ ଶକ୍ତିର ସଂରକ୍ଷଣ, ସୁନିୟନ୍ତ୍ରଣ ଓ ସୁବିନିଯୋଗ ଏକାନ୍ତ ଆବଶ୍ୟକ। ଏହି ମର୍ମରେ ବାଲ୍ୟାବସ୍ଥାରୁ ଶକ୍ତି ସଂରକ୍ଷଣ ସକାଶେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସଚେତନତାର ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁକ୍ତାରେ ଶକ୍ତି କ୍ଲବ୍ ପକ୍ଷରୁ ଶକ୍ତି ସଂରକ୍ଷଣ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଂଜୟ ଖମାରୀ ଛାତ୍ରଛାତ୍ରୀମାନଙ୍କୁ ଶକ୍ତି ସଂରକ୍ଷଣ ଶପଥ ପାଠ କରାଇଥିଲେ।ବିଦ୍ୟାଳୟର ଶକ୍ତି କ୍ଲବ୍, ବିଜ୍ଞାନ କ୍ଳବ୍ ଓ ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବର ସଦସ୍ୟଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ ବୋଧରାମ ବିଶ୍ବାଳ, ଆଶୁତୋଷ ଭୋଇ,ତେଜରାମ ସା,ପ୍ରଶାନ୍ତ ମହାପାତ୍ର,ପଦ୍ମଲୋଚନ ବିଶି, ଶ୍ରୀପତି ସାହୁ,ସୁବାସ ଚନ୍ଦ୍ର ଖମାରୀ,ଅନୀଲ ସିଦାର,ଶିକ୍ଷୟିତ୍ରୀ ରୋଜାଲିନ ଭୋଇ,ସୌଦାମିନୀ ବାରିକ,ରାଜକୁମାରୀ ଭୁଏ,ସରିତା ପଟେଲ,ମନୋଜା ପଟେଲ ଅଂଶ ଗ୍ରହଣ କରି ପୃଥିବୀ ଓ ଏହାର ପ୍ରାକୃତିକ ପରିବେଶର ସୁରକ୍ଷା କରିବା, ଶକ୍ତି ସଂରକ୍ଷଣ କରି ପ୍ରଦୂଷଣ ହ୍ରାସ ଓ ବିଶ୍ୱ ଉତ୍ତାପ ହ୍ରାସ କରିବା, ଆବଶ୍ୟକ ଅନୁଯାୟୀ ଶକ୍ତି ବ୍ୟବହାର କରିବା ତଥା ନିଜର ଓ ଦେଶର ଉନ୍ନତି ନିମନ୍ତେ ଶକ୍ତି ସଞ୍ଚୟ କରିବା ସହିତ ସବୁଜ ଜୀବନ ଶୈଳୀକୁ ଆପଣାଇବା ପାଇଁ ଶପଥ ପାଠ କରିଥିଲେ।



