ବଡ଼ବିଲ ଆଇଟିଆଇ ରୋଡ଼ରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ତିନି ଗୁରୁତର

ବଡ଼ବିଲ:୧୨/୧/୨୬:କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ତିନି ଗୁରୁତର ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ପୌରାଞ୍ଚଳ ର ଆଇଟିଆଇ ରୋଡ଼ରେ ଦେଖିବାକୁ ମିଳିଛି ଏକ ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣା। ଏକ ସ୍କୁଟି ଓ ମୋଟରସାଇକେଲ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଚାରିଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ବାସିନ୍ଦା ମାନଙ୍କ ସହାୟତାରେ ଉଦ୍ଧାର କରାଯାଇ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବା ବେଳେ, ସେଠାରେ ଡ଼ାକ୍ତର ଜଣକୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କେନ୍ଦୁଝର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା। ତେବେ ଦୁର୍ଘଟଣା ଏତେ ଜୋରଦାର ଥିଲା କି ମଟର ସାଇକେଲ ଓ ସ୍କୁଟି ର ସମ୍ମୁଖ ଭାଗ ଭାଙ୍ଗି ଚୂର୍ମାର ହୋଇଯାଇଥିବା ଦେଖିବାକୁ ମିଳିଛି। ତେବେ ଖବର ପାଇ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
