ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତାଳଚେର ଦ୍ୱାରା ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ରେ ସ୍ଵଦେଶୀ ସଂକଳ୍ପ ପଦଯାତ୍ରା ଓ ବନ୍ଦେ ମାତରମ୍ ଗାନ
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତାଳଚେର ଜାନୁଆରୀ ୧୨ ତାରିଖ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ”ବନ୍ଦେ ମାତରମ୍” ଗାନ ଜନସାଧାରଣ ଙ୍କୁ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀ ହାଟତୋଟା ତାମ୍ରିତ୍ ମାର୍କେଟ୍ ଠାରେ କରାଇବା ସହିତ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ ଓ ସ୍ୱଦେଶୀ ବ୍ୟବହାର କରିବାର ସଂକଳ୍ପ ସର୍ବସାଧାରଣ ସଭା ଆୟୋଜନ କରିଥିଲେ । ଏହି ସର୍ବ ସାଧାରଣ ସଭାରେ ମୂଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ର ଅନୁଗୋଳ ଜିଲ୍ଲା ସଭାପତି ଶ୍ରୀ ଯଜାତି ପଟ୍ଟନାୟକ ଉପସ୍ଥିତି ରହି ଜନ ସାଧାରଣଙ୍କୁ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଭାରତୀୟ ସଂସ୍କୃତି ଆଧାରରେ ସମାଜକୁ ସଂସ୍କାର ନିଜ ଦୈନଦିନ ଜୀବନରେ ବ୍ୟବହାରରେ ପରିଣତ କରିବା ଓ ସମାଜର ଭାରତର ସ୍ୱଦେଶୀ ବସ୍ତୁ ବ୍ୟବହାର କରି ଦେଶକୁ ସମୃଦ୍ଧ କରିବା ପାଇଁ ସ୍ୱଦେଶୀ ସଂକଳ୍ପ ପଦଯାତ୍ରା କରିବା ଏକ ମହାନ କାର୍ଯ୍ୟ ବୋଲି ତାଙ୍କ ବ୍ୟକ୍ତବ୍ୟ ରେ ଜଣାଇଥିଲେ । ପଦଯାତ୍ରାର ଉଦଘାଟକ ଭାବେ ତାଳଚେର ନଗରପାଳିକାର ନଗରପାଳ ଶ୍ରୀଯୁକ୍ତ ପବିତ୍ର କୁମାର ଭୂତିଆ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥିଭାବେ ଶ୍ରୀ ପର୍ଶୁରାମ ବାରିକ୍ ଭାଜପା ମିଡିଆ ସେଲ୍ ସଂଯୋଜକ ତାଙ୍କ ବ୍ୟକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ବିବେକାନନ୍ଦଙ୍କ ଚରିତ୍ରକୁ ନିଜ ଜୀବନରେ ବ୍ୟବହାରିକା ଭାବେ ଗ୍ରହଣ କଲେ ଜଣେ ସତ୍ ଚରିତ୍ର ର ଛାତ୍ରଛାତ୍ରୀ ହୋଇପାରିବ ବୋଲି କହିଥିଲେ । ବିଦ୍ୟାଳୟର ମୂଖ୍ୟ ପ୍ରଶାସକ ଶ୍ରୀ ପ୍ରତାପ ଚନ୍ଦ୍ର ଦେହୁରୀ ସଭାର ସଭାପତିତ୍ବ କରିଥିବା ବେଳେ ମୂଖ୍ୟ ବକ୍ତା ଭାବେ ସ୍ୱଦେଶୀ ଜାଗରଣ ମଞ୍ଚର ବିଭାଗ ସଂଗଠକ ଶ୍ରୀ ପ୍ରଦୀପ ବାରିକ୍ ଆଜିଠାରୁ ସ୍ବଦେଶୀ ଜିନିଷ ବ୍ୟବହାର କରିବାର ସଂକଳ୍ପ ନେବାକୁ ଜନସାଧାରଣଙ୍କୁ ତାଙ୍କ ଭାଷଣ ରେ କହିଥିଲେ । ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବାବୁଲି ସାମଲ ଅତିଥିମାନଙ୍କର ପରିଚୟ କରାଇଥିବା ବେଳେ ପ୍ରଶାସକ ଶ୍ରୀ ଗଣେଷ ପ୍ରସାଦ ସାହୁ ଧନ୍ୟବାଦ ଦେଇଥିଲେ । ପ୍ରଶାସକ ଶ୍ରୀ ଚନ୍ଦନ ପ୍ରଧାନ କାର୍ଯ୍ୟକ୍ରମର ବ୍ୟବସ୍ଥା ଦେଖିଥିଲେ । ଏହି ସ୍ବଦେଶୀ ସଂକଳ୍ପ ପଦଯାତ୍ରା ତାମ୍ରିତ ମାର୍କେଟ ଠାରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରାହ୍ମଣୀ ବିହାର, ତାଳଚେର ପର୍ଯ୍ୟନ୍ତ ୫୦୦ ଜଣ ଛାତ୍ରଛାତ୍ରୀ ଓ ୪୦ ଜଣ ଗୁରୁଜୀ / ଗୁରୁମା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଚାଲିଥିଲା। ସମସ୍ତ ଜନସାଧାରଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।



