ସମ୍ପ୍ରସାରିତ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ
ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଧର୍ମଗଡ ଠାରେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବ ତିନିଦିନ ଧରି ହୋଇଥାଏ ଆଜି ଉତ୍ସବର ପ୍ରାରମ୍ଭରୁ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀ ଦେବୀଙ୍କ ପିଠ ଠାରୁ ବିଶାଳ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମଶାଲ ଯାତ୍ରା ମା ଙ୍କ ମନ୍ଦିରରୁ ବାହାରୀ ପ୍ରବଳ ଜନସମାଗମ ମଧ୍ୟରେ ସହର ପରିକ୍ରମା କରିବା ପରେ ଉତ୍ସବ ପଡ଼ିଆଠାରେ ପହଞ୍ଚି ମଶାଳ ମଞ୍ଚରେ ସ୍ଥାପିତ ହୋଇ ଥିଲା। ଉଦ୍ ଘାଟନୀ ସାଂସ୍କୃତିକ ସନ୍ଧ୍ୟା ରେ ଆସାମ ର ବିହୁ, କଟକର ସିଂହମ୍ ନୃତ୍ୟ, ଗଞ୍ଜାମ ର ବିଚିତ୍ର ବର୍ଣାଳୀ, କଳାହାଣ୍ଡି ଜିଲ୍ଲାର ମୃଣୟୀ ସାଂସ୍କୃତିକ ଅନୁଷ୍ଠାନ, ଲଗନ୍ ସାଂସ୍କୃତିକ ଅନୁଷ୍ଠାନ, କାର୍ଯ୍ୟକ୍ରମ ସହ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶେଷରେ ସର୍ବେଶ୍ଵର ଭୋଇ ଏବଂ ସାଥୀଙ୍କ ଦ୍ଵାରା ଷ୍ଠାର ନାଇଟ କାର୍ଯ୍ୟକ୍ରମ କୁ ଦର୍ଶକବିଳମ୍ବିତ ରାତି ଯାଏଁ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମ ରେ ଉତ୍ସବ କମିଟି ର ଅଧ୍ୟକ୍ଷା ତଥା ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ କଳାହାଣ୍ଡି ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। କଳାହାଣ୍ଡି ର ଲୋକ କଳା, ଲୋକ ସଂସ୍କୃତି, ଐତିହ୍ୟ, ପରମ୍ପରା ର ମହାକୁମ୍ଭ କଳାହାଣ୍ଡି ଉତ୍ସବ ଘୁମୁରା କୁ ନେଇ ଧର୍ମଗଡ ଅଞ୍ଚଳରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ଏନେଇ କାର୍ଯ୍ୟକ୍ରମ ର ସୁରକ୍ଷା ଦୃଷ୍ଟିରୁ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ତତ୍ତ୍ୱବଧାନରେ ଧର୍ମଗଡ ଉପଖଣ୍ଡ ର ସମସ୍ତ ଥାନାର ଥାନା ଅଧିକାରୀ, ୭ ଟି ଏସଆଇ ସମେତ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଉତ୍ସବରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ଧର୍ମଗଡ଼ ରୁ ଧବଳେଶ୍ଵର ରଣାଙ୍କ ରିପୋଟ



