କଣିହାଁ/ଅନୁଗୋଳ – ଭିଜିଲାନ୍ସ ଜାଲରେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁମନ୍ତ କୁମାର ପଟେଲ। ପ୍ରାୟ ୫୦୦୦୦ ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ମିଳିଥିବା ସୂଚନା ମୁତାବକ ଅନୁଗୁଳ ଜିଲା କଣିହାଁ CHC ର ସ୍ବାସ୍ଥ୍ୟ ଅଧିକାରୀ ବିଭିନ୍ନ PHC ଓ CHC ରେ କାର୍ଯ୍ୟରତ ଥିବା ଡାକ୍ତର ମାନଙ୍କ ର ଇନ୍ସେଟିଭ ରିଲିଜ୍ କରିବା ପାଇଁ ୪୯୦୦୦ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ତେବେ ଭିଜିଲାନ୍ସ ଡାକ୍ତର ଙ୍କୁ ଗିରଫ କରି ନେଇ ଯାଇଥିଲେ ମଧ୍ୟ ଭିଜିଲାନ୍ସ ର ଆଉ ଗୋଟିଏ ଗାଡ଼ିକୁ ସ୍ଥାନୀୟ ଲୋକେ ଅଟକାଇ ରଖିଥିଲେ। ଆଉ ଜଣେ ଡାକ୍ତର ଙ୍କୁ ଏଠାରେ ନିଯୁକ୍ତି ଦେଲା ପରେ ଯାଇ ତାଙ୍କୁ ଗିରଫ କରାଯାଉ ବୋଲି ଲୋକେ ଜିଦ୍ ରେ ଅଡି ବସିଥିଲେ।

April 29, 2026/
No Comments


