ଓଡିଶା ରଣଜି ଦଳ ଘୋଷଣା ହେଲା
କଟକ -ଚଳିତ ରଣଜୀ ସିଜିନ ର ଶେଷ ଦୁଇ ମ୍ଯାଚ ପାଇଁ 18 ଜଣିଆ ଓଡିଶା ଟିମ ଘୋଷିତ ହୋଇଛି। ଶୁଭ୍ରାଂଶୁ ସେନାପତି ଦଳ ର ଅଧିନାୟକ ରହିଛନ୍ତି। ଏହି ଟିମ ଦଳ ତାମିଲନାଡୁ ଓ ଝାଡ଼ଖଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ। ତାମିଲନାଡୁ ବିପକ୍ଷରେ କିଟ୍ ରେ ଜାନୁଆରୀ 22ରୁ-25 ଯାଏ ମ୍ଯାଚ ହେବ ଓ ପରେ ଝାଡ଼ଖଣ୍ଡ ରେ ଝାଡଖଣ୍ଡ ବିପକ୍ଷରେ 29 ଜାନୁୟାରୀରୁ 1 ଫେବ୍ରୁୟାରୀ ଯାଏ ମ୍ଯାଚ ଖେଳିବ ଓଡିଶା। ସେହିପରି କର୍ଣେଲ ସି.କେ.ନାଇଡୁ ଟ୍ରଫି ର ଶେଷ ଦୁଇ ଚାରି ଦିନିଆ ମ୍ଯାଚ ପାଇଁ 18 ଜଣିଆ ଟିମ ଘୋଷିତ ହୋଇଛି। ଓମ.ଟି.ମୁଣ୍ଡେ ଏହି ଟିମ ର ଅଧିନାୟକ ରହିଛନ୍ତି। ଓଡିଶା ହରିୟାନା ଓ ରାଜସ୍ଥାନ ବିପକ୍ଷରେ ମ୍ୟାଚ ଖେଳିବ।



