
ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା ଅଭିଯାନ ।

ଅନୁଗୋଳ,ତା. ୧୭.୦୧:- ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ମହିଳା ମହାବିଦ୍ୟାଳୟଠାରେ ୧୦୦ ଦିବସାୟ ବାଲ୍ୟବିବାହ ମୁକ୍ତ ଭାରତ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସମାଜ ମଙ୍ଗଳ ଅଧୂକାରିଣୀ ଶ୍ରୀମତୀ ନିରୁପମା ପାଣି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ତଥା ସୁରକ୍ଷା ଅଧିକାରୀ ଶ୍ରୀମତୀ ରୁନୁ ପ୍ରଧାନ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରୀମାନଙ୍କୁ ଊତ୍ସାହିତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇଥିଲେ । ଡି.ଏଚ୍.ଇ.ଡ୍ୟୁ ର ସଭ୍ୟ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ଓ ଶ୍ରୀ ଭାରତ ଚନ୍ଦ୍ର ନାୟକ ନିଜର ଅଭିଭାଷଣରେ ଓ୍ୱାନ ଷ୍ଟପ୍ ସେଣ୍ଟର, ଶକ୍ତି ସଦନ, ଘରୋଇ ହିଂସା ଓ ଏଥିରେ ଶିକାର ହୋଇଥୁବା ମହିଳାଙ୍କ ନିମନ୍ତେ ଥିବା ସରକାରୀ ସୁବିଧା ଓ ସୁଯୋଗ ଗୁଡିକୁ ବୁଝାଇବା ସହିତ ବିଭିନ୍ନ ଶିଶୁ ସହାୟତା ନମ୍ବର ଗୁଡିକ ଜଣାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ହୃଷିକେଷ ସାହୁ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ବାଲ୍ୟ ବିବାହ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ୟୁନିସେଫର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ ପାଓ୍ବାର ପଏଣ୍ଟ ମାଧ୍ୟମରେ ବାଲ୍ୟବିବାହରେ ଓଡିଶାର ସ୍ଥିତି ସହିତ ଜିଲ୍ଲାର ତୁଳନାତ୍ମକ ତଥ୍ୟ ଊପସ୍ଥାପନ କରିଥିଲେ । ଶେଷରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନରେ ଛାତ୍ରୀଙ୍କ ଭୂମିକା ଊପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥୁଲା ।




