ଶ୍ରୀଦଧିବାମନ ମହାପ୍ରଭୁଙ୍କ ପଦ୍ମମୁଖ ବେଶ

ଭଟଲି(ଅଭିମନ୍ୟୁ ପଧାନ) :-ପଶ୍ଚିମଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲି ଧାମରେ ମହାପ୍ରଭୁ ଦଧିବାମନଙ୍କ ପଦ୍ମମୁଖ ବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରମ୍ପରାକ୍ରମେ ମାଘ ମାସ ଶୁକ୍ଳପକ୍ଷ ଦ୍ବିତୀୟାଠାରୁ ମାଘ ଶୁକ୍ଳପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀଦଧିବାମନ ପଦ୍ମମୁଖ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି | ପଦ୍ମମୁଖ ବେଶରେ ଶ୍ରୀଦଧିବାମନ ମହାପ୍ରଭୁଙ୍କୁ ରୂପାର ପଦ୍ମମୁଖ ମୁକୁଟ ଲାଗି କରାଯାଇଥାଏ । ଏହି ଅବସରରେ ବ୍ରହ୍ମ ମୁହୂର୍ତ୍ତରୁ ମନ୍ଦିର ସେବକଙ୍କ ଦ୍ବାରା ଶୁଭଶଙ୍ଖ ନାଦ କରି ମହାପ୍ରଭୁଙ୍କ ପହଡ଼ଭଙ୍ଗ ନୀତି, ଦ୍ବାରଫିଟା ନୀତି, ମଙ୍ଗଳ ପ୍ରଦୀପ, ଅଖଣ୍ଡ ଦୀପ ପ୍ରଜ୍ବଳନ, ସୂର୍ଯ୍ୟପୂଜା, ଅବକାଶ ନୀତି ପରେ ବେଶ ପରିବର୍ତ୍ତନ ଓ ଗୋପାଳ ବଲ୍ଲଭ ଭୋଗ ଲାଗି କରାଯାଇଥିଲା | ମହାପ୍ରଭୁଙ୍କ ଏହି ଅଲୌକିକ ବେଶକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଜନସମାଗମ ହୋଇଥିଲା। ସମସ୍ତ ନୀତିକାନ୍ତିରେ ପଣ୍ଡିତ ଗୌରଚନ୍ଦ୍ର ରଥ, ଲଳିତ ରଥ ସହଯୋଗ କରିଥିଲେ । ଏହି ଅବସରରେ ଶହଶହ ମଙ୍ଗଳ ଆରତି ମହାପ୍ରଭୁ ଦଧିବାମନଙ୍କୁ ଲାଗି ହୋଇଥିଲା।



